• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ

by Voice of Victims
May 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ

ପଦ୍ମ ଧରିଲେ ଋଷି । ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଦେବାଶିଷ । ମନମୋହନ ସାମଲ ଓ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସାମିଲ ଦଳରେ ଯୋଗ ଦେଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ ।

ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ । ବିଜେପିରେ ମିଶିବା ପରେ ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନିତିନ ନବୀନଙ୍କୁ ଭେଟିଲେ ।

ରିପୋର୍ଟ ଅନୁଯାୟୀ, ସୋମବାର ଦିନ ବିଜେଡି ଛାଡ଼ିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ​ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ତାଙ୍କୁ ସୁଚିନ୍ତିତ ଭାବେ ଉପେକ୍ଷା କରାଯାଉଥିଲା । ଦଳର କାର୍ଯ୍ୟକଳାପରୁ ତାଙ୍କୁ ଲାଗିଲା ଯେ, ଦଳକୁ ଆଉ ତାଙ୍କର ସେବା ଆବଶ୍ୟକ ନାହିଁ ।

ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ୨୦୦୯ ଓ ୨୦୧୪ରେ ବାରବାଟୀ-କଟକର ବିଧାୟକ ଥିଲେ ଦେବାଶିଷ । ୨୦୨୪ରେ ବିଜେଡି ଦେବାଶିଷଙ୍କୁ ରାଜ୍ୟସଭା ପଠାଇଥିଲା ।

Post Views: 43
Share200Tweet125Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In