• About Us
  • Contact Us
Wednesday, May 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

by Voice of Victims
May 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦିଲ୍ଲୀରେ ମାନସ ମନ୍ଥନ ଶେଷ, ତାଲିକା ଚୁଡାନ୍ତ

ଗତ କିଛିଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି ତାହା ଧିରେଧିରେ ଘନେଇବାରେ ମଧ୍ୟ ଲାଗିଛି। ଏପରି ଚର୍ଚ୍ଚାର ମୁଖ୍ୟ କାରଣ ହେଲା, ବର୍ତ୍ତମାନ ପୁରା ବିଜେପି ଟିମ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ ବହୁ ମନ୍ତ୍ରୀ ଓ ବିଧାୟକ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ମେଳିକୁ ନେଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚାକୁ ଖୋରାକ ଯୋଗାଇବାରେ ଲାଗିଛି।

ତେବେ ବିଶେଷ ସୁତ୍ର ଅନୁସାରେ ଏହି ଚର୍ଚ୍ଚା କୌଣସି ମିଛ କଥା ନୁହେଁ। ଆସନ୍ତା ଜୁନ 12 ତାରିଖରେ ମୋହନ ସରକାରଙ୍କୁ ଦୁଇ ବର୍ଷ ପୁରଣ ହେବ। ତାହାକୁ ପାଳନ କରିବା ପାଇଁ ରାଜ୍ୟ ବିଜେପି ତରଫରୁ ଜୋରଦାର ଉଦ୍ୟମ ଜାରୀ ରହିଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ସୂଚନା ମିଳିଛି। ତେବେ ଏହି ଉତ୍ସବ ପୂର୍ବରୁ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ନୂଆ ରୂପ ଦେବା ପାଇଁ ରାଷ୍ଟ୍ରୀୟ ବିଜେପି ନିଷ୍ପତି କରିଛି। ସେଥିପାଇଁ ପୁରା ବିଜେପି ଟିମ ଦିଲ୍ଲୀରେ ଡେରାପକାଇ ରହିଛନ୍ତି। ଯଦି ସବୁ ଠିକଠାକ ଚାଲେ ତେବେ ସେହି 12 ତାରିଖରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବେ ବୋଲି କୁହାଯାଉଛି।

ସେହି ସୁତ୍ର ଅନୁସାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହିତ ବିଭାଗ ଅଦଳବଦଳ ହେବ। କାରଣ ବହୁ ମନ୍ତ୍ରୀଙ୍କ ଉପରେ ରାଷ୍ଟ୍ରୀୟ ବିଜେପି ଖୁସି ନ ଥିବାର ଜଣାପଡିଛି। ତେଣୁ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଇ ଅନ୍ୟ ବିଭାଗ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ ହୋଇଛି। ସେହିପରି ଧର୍ମେନ୍ଦ୍ର ଗୋଷ୍ଠୀଙ୍କୁ ବାଦ ଦିଆଯିବ ବୋଲି ଯେଉଁ ଆଲୋଚନା ଚାଲିଛି ସେଥିରେ ଭଟ୍ଟା ପଡିଛି। ଯାହା ଜଣାପଡିଛି କୌଣସି ଗୋଷ୍ଠୀ ନୁହେଁ ଦକ୍ଷତା ଭିତିରେ ମନ୍ତ୍ରୀପଦ ଦିଆଯିବ ବୋଲି କୁଆଡେ ବିଜେପିର ଶୀର୍ଷ ନେତୃତ୍ବ ରୋକଠୋକ କହିସାରିଛନ୍ତି। ଏପରି କଲେ ବାହାରେ ବଦନାମ ହେବା ଭୟ ଥିବାରୁ ସେହି ବାଦବିବାଦରୁ ମନ୍ତ୍ରୀ ମଣ୍ଡଳ ଚୟନ ବାଦ ପଡିଛି।

ତେବେ କେଉଁମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ଚର୍ଚ୍ଚା ଜୋରଦାର ଚାଲିଛି। ସେହି ଅନୁସାରେ ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ମାନସ ଦତ୍ତ, ସନ୍ତୋଷ ଖଟୁଆ, ଇରାଶିଷ ଆଚାର୍ଯ୍ୟ ଓ ଟଙ୍କଧର ତ୍ରିପାଠୀ ଅଛନ୍ତି। ସେହିପରି ଆକାଶ ଦାସ ନାୟକ, ଏକାମ୍ର ବିଧାୟକ ବାବୁ ସିଂଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଅନ୍ୟପଟେ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରଘୁରାମ ମାଛ ଓ ସରୋଜ ପ୍ରଧାନ ଏବଂ ମହିଳା ଚେହେରା ଭାବେ ବିଧାୟିକା ସଞ୍ଜଳି ମୁର୍ମୁ ଓ ଉପାସନା ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ସୁତ୍ର ଅନୁସାରେ ଗତକାଲି ରାତିରେ କୁଆଡେ ନୂଆ ମନ୍ତ୍ରୀ ମଣ୍ଡଳର ରୂପରେଖ ଚୁଡାନ୍ତ ହୋଇସାରିଛି। ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କୁ ପରୋକ୍ଷରେ ଇଙ୍ଗିତ କରିଦିଆଯାଇଛି ବୋଲି ଜଣାପଡିଛି। ଫଳରେ ବର୍ତ୍ତମାନ ସମସ୍ତେ ପୃଥକ ପୃଥକ ଭାବେ ଦିଲ୍ଲୀରୁ ଫେରିବାରେ ଲାଗିଛନ୍ତି।

Post Views: 29
Share200Tweet125Send
Voice of Victims

Voice of Victims

Recent Posts

  • ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ
  • ମମତା ବାନାର୍ଜୀଙ୍କୁ ବଡ଼ ଝଟକା, ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ
  • ପୁରୀରେ ଲୁଚିଥିଲେ TMC ବିଧାୟକ, ଗିରଫ କରି କୋଲକାତା ନେଲା ଏସଟିଏଫ୍
  • ଅପରାଧୀଙ୍କ ସିପିଙ୍କ ଚେତାବନୀ, କ୍ରାଇମ କଲେ ଛାଡ଼ିବନି କମିଶନରେଟ୍ ପୋଲିସ
  • ଗୁଜରାଟର ଶୋଚନୀୟ ପରାଜୟ, ପ୍ରଥମ ଦଳ ଭାବେ ଫାଇନାଲରେ RCB

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In