• About Us
  • Contact Us
Thursday, May 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର

by Voice of Victims
May 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ, ଖୁବଶୀଘ୍ର ୬ ଲେନ ବିଶିଷ୍ଟ ଏଲେଭେଟେଡ଼ କରିଡର

ଭୁବନେଶ୍ୱର: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ସମ୍ପ୍ରସାରଣ ହେବ । ନିର୍ମାଣ ହେବ ୬ ଲେନ ବିଶିଷ୍ଟ ହାଇ ସ୍ପିଡ଼ କରିଡର । ଉଭୟ ପାର୍ଶ୍ୱରେ ଦୁଇ ଲେନ ସର୍ଭିସ ରୋଡ଼ ସହିତ ରହିବ ୱେ ସାଇଡ ଆମିନିଟିଜ । ସ୍ୱତନ୍ତ୍ର ୟୁଟିଲିଟି କରିଡର ଉପରେ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରରୁ ପୁରୀକୁ ଥିବା ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହୋଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନକସା ଏବଂ ଏହାର ଉପଯୋଗୀତା ବିଷୟରେ ଆଲୋଚନା ହୋଇଥିଲା ।  ପୁରୀ ଓ ଭୁବନେଶ୍ୱରର ରାସ୍ତାର ବିକାଶ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗ ସମନ୍ୱୟ ଉପରେ ସଚିବ ଶ୍ରୀ ସିଂହ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ୬୭ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ ୪ ଲେନ ରୁ ୬ ଲେନ କରିବା ସହ ଉଭୟ ପଟରେ ଦୁଇ ଲେନ ବିଶିଷ୍ଠ ସ୍ୱତନ୍ତ୍ର ସର୍ଭିସ ଲେନ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଏଥିସହିତ ସପ୍ତସତୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତାକୁ ୬ ଲେନ ଇଲେଭେଟେଡ଼ କରିଡର ସହ ଉଭୟ ପାର୍ଶ୍ୱରେ ୩ ଲେନ ବିଶିଷ୍ଟ ସର୍ଭିସ ରୋଡ଼ ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏହା ଭୁବନେଶ୍ୱର ସହରର ଭିଡ ପରିଚାଳନା ସହ ଉଭୟ ସହର ମଧରେ ଯାତାୟାତ ସମୟକୁ ହ୍ରାସ କରିବ ।

ପ୍ରସ୍ତାବିତ ରାସ୍ତାରେ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ୱେ ସାଇଡ ଆମିନିଟି ସୁବିଧା ରହିବ । ପୁରୀ ଏବଂ ଭୁବନେଶ୍ୱର ଅଞ୍ଚଳ ବାତ୍ୟା ପ୍ରବଣ ହାଇଥିବାରୁ ବିଦ୍ୟୁତ, ଟେଲିଫୋନ, ଇଣ୍ଟରନେଟ,ପାଣି ଓ ଗ୍ୟାସ ସେବା ପାଇଁ ସ୍ୱତନ୍ତ୍ର ୟୁଟିଲିଟି କରିଡର ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ଭବିଷ୍ୟତରେ ପୁରୀରେ ନିର୍ମାଣ ହେବାକୁ ଥିବା ବିମାନ ବନ୍ଦର, ଉପକୂଳ ରାଜପଥ, ଅନ୍ୟାନ୍ୟ ପ୍ରକଳ୍ପ ଏବଂ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଆବଶ୍ୟକତା ଥିବା ସ୍ଥାନରେ ଇଲେଭେଟେଡ଼ କରିଡର, ଫ୍ଲାଏ ଓଭର ଏବଂ ଭିଓପି ( ଭେଇକିଲ ଅଣ୍ଡର ପାସ) ନିର୍ମାଣ ନେଇ ନକ୍ସା ପ୍ରସ୍ତୁତ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ ।

Post Views: 138
Share199Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା, ଜାମିନ ଆବେଦନ ଖାରଜ ପରେ ଶାଶୁ ଗିରିବାଳାଙ୍କୁ ଗିରଫ କଲା ସିବିଆଇ
  • ସଚିନ ତେନ୍ଦୁଲକରଙ୍କ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ବୈଭବ ସୂର୍ଯ୍ୟବଂଶୀ: କହିଲେ…
  • ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
  • ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In