• About Us
  • Contact Us
Sunday, May 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

by Voice of Victims
May 31, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

କୋଲକତା : ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି । ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡକୁ ପଥର କିମ୍ବା ବଲ୍ ଭଳି ଜିନିଷ ମରାଯାଇଛି । ସେପଟେ ବିଜେପି କହିଛି କି, ସେ ଆହତ ହୋଇନାହାନ୍ତି, କେବଳ ଡ୍ରାମା କରୁଛନ୍ତି ।

ଖବର ମୁତବାକ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଟିଏମସି ନେତା ଗିରଫ, କାର୍ଯ୍ୟକର୍ତ୍ତାଙ୍କୁ  ଛାଡିବାକୁ ନେଇ ଚଣ୍ଡିତଲା ଥାନା ପହଞ୍ଚିଥିଲେ । ଏହି ସମୟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ନାରାବାଜୀ ହୋଇଥିଲା । ବିଜେପି କର୍ମୀ ଟିଏମସି ସମର୍ଥକଙ୍କୁ ଦେଖି ଚୋର ଚୋର ବୋଲି ନାରା ଲଗାଇଥିଲେ । ଏହାପରେ ମାହୋଲ ଗରମ ହୋଇଥିଲା । ତେଣୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ବଳ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ । ଏହି ସମୟରେ ପଥର ମାଡ଼ ହୋଇଥିଲା  । ଫଳରେ କଲ୍ୟାଣ ବାନାର୍ଜୀ ଆହତ ହୋଇଥିଲେ ।

ସେପଟେ ବିଜେପି କହିଛି କି, କଲ୍ୟାଣ ବାନାର୍ଜୀ କେବଳ ଡ୍ରାମା କରୁଛନ୍ତି । ତାଙ୍କୁ କୌଣସି ଆଘାତ ଲାଗିଛି । କେବଳ ଅଭିଷେକ ବାନାର୍ଜୀଙ୍କ ମାମଲାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଉପରେ ସୋନାରପୁରରେ ଆକ୍ରମଣ ହୋଇଥିଲା । ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ । ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଏହି ଘଟଣାରେ ପୋଲିସ ୫ ଜଣକୁ ଗିରଫ କରିଛି ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ ସରକାର
  • କମିଲା ତାତି, ୬ ଯାଏ କାଳବୈଶାଖୀ
  • ଥାର୍ଡ ଡିଗ୍ରୀ ଘଟଣାରେ ଆକ୍ସନ,ବଦଳିଲେ ବାରଙ୍ଗ ଥାନା ଆଇଆଇସି
  • ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ୫ ଗିରଫ
  • ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In