ଗୋପ: ସୁସ୍ଥ ଜୀବନଯାପନ ସୁସ୍ଥ ସମାଜ ଗଠନ ସହିତ ନିମାପଡ଼ା,ଗୋପ ର ବିକାଶ ଏହି ମାରାଥନ ଗଣ ଦୌଡ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠିତ ଉତ୍କର୍ଷ ନିମାପଡ଼ା କାର୍ଯ୍ୟ କ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟିକ ଆକାଶ ଦାସ ନାୟକ, ଚଳଚ୍ଚିତ୍ର ନାୟକ ଅରିନ୍ଦମ ରାୟ ପ୍ରମୁଖ ଯୋଗ ଦେଇ ଉତ୍କର୍ଷ ନିମାପଡ଼ା ସହିତ ଏକତା ହିଁ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ ବୋଲି କହିଥିଲେ I
ସକାଳ ୭ ଟା ରୁ ଗୋପ କୁସୁପୁର ଠାରୁ ମାରାଥନ ଗଣ ଦୌଡ ଆରମ୍ଭ ହୋଇ ଗୋପ ବ୍ଲକ ଠାରେ ପହଞ୍ଚିଥିଲା। ମାରାଥନ ଗଣଦୌଡ ରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିବା ବେଳେ ଯୁବବର୍ଗ ସହିତ ଅନ୍ୟାନ୍ୟ ବୟୋ ଜ୍ୟେଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗୋପ ବିଡ଼ିଓ ସୁର୍ଯ୍ୟ ଶଙ୍କର ଦାଶ ପରିଚାଳନା କରିଥିଲେ I
