• About Us
  • Contact Us
Tuesday, June 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

by Voice of Victims
June 2, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ଵର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ଅଧିକ ସୁଦୃଢ଼ କରାଯିବ। ଜାତୀୟ ଅର୍ଥନୀତିରେ ରାଜ୍ୟର ଅବଦାନ ବୃଦ୍ଧି କରିବା ରହିଛି ଲକ୍ଷ୍ୟ। ଓଡ଼ିଶାର ଖଣିଜ ଅଭିବୃଦ୍ଧି ପାଇଁ କେନ୍ଦ୍ରର ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ପ୍ରସ୍ତାବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି।୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାରେ ୪୭୧ ମିଲିଅନ୍ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ ସହ ୪୬ହଜାର କୋଟିର ରାଜସ୍ୱ ସଂଗ୍ରହ ହୋଇଛି। ଏହି ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଲାମ ହୋଇଥିବା ଖଣିଗୁଡ଼ିକ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଶୀଘ୍ର ପ୍ରଦାନ ସହ ଶାଶୁବୋହୂମାଳୀ ବକ୍ସାଇଟ୍ ଏବଂ ଠାକୁରାଣୀ ଲୁହାପଥର ବ୍ଲକକୁ OMC ସପକ୍ଷରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଖଣିଜ ପରିବହନ ପାଇଁ ରେଳ ଓ ବନ୍ଦରର ତ୍ୱରିତ ବିକାଶ ଏବଂ ପରିତ୍ୟକ୍ତ କୋଇଲା ଖଣିଗୁଡ଼ିକୁ ‘ଫ୍ଲାଇଆସ୍’ ଦ୍ୱାରା ପୁର୍ନଭରଣ କରିବା ପାଇଁ ଏକ ସ୍ୱତନ୍ତ୍ର ଫ୍ରେମୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି। ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ ଏକ ଯୁଗ୍ମ ଉଚ୍ଚସ୍ତରୀୟ ବୈଠକ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁଯାୟୀ, କେନ୍ଦ୍ର-ରାଜ୍ୟ ଯୋଜନା, DMF ଏବଂ CSR ପାଣ୍ଠିକୁ ମିଳିତ ଭାବେ ଖଣି ଅଞ୍ଚଳରେ ଶତପ୍ରତିଶତ କାର୍ଯ୍ୟକାରୀ କରାଯିବ। ବୈଠକ ବେଳେ ରାଜ୍ୟର ନୂତନ ଯୋଜନା ସିଏମ୍ ସମ୍ପଦା ସଂପର୍କରେ ସୂଚନା ଦିଆଯାଇଥିଲା। ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ, କେନ୍ଦ୍ର ଖଣି ସଚିବ ଏବଂ MCL, NALCO ଭଳି ପ୍ରମୁଖ କେନ୍ଦ୍ରୀୟ PSU ର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ସିବିଏସଇ ରି-ଇଭାଲ୍ୟୁସନ ପୋର୍ଟାଲରେ ସାଇବର ଆଟାକ୍, ୱେବସାଇଟକୁ ହ୍ୟାକ୍ କରିବା ଚେଷ୍ଟା
  • ବିଜେପିରୁ ଇସ୍ତଫା ଦେଲେ ଆନ୍ନାମଲାଇ
  • ତେଲ ପରେ ବଢ଼ିଲା ବସ୍‌ ଭଡ଼ା
  • ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମାଧାନ ହୋଇଛି ୯୬% ଅଭିଯୋଗ
  • ୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ, ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି ସରକାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In