• About Us
  • Contact Us
Friday, June 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍‍କାୟିତ ଭାବେ ରହିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

by Voice of Victims
June 5, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ମହିଳାଙ୍କ ବିକାଶ ବିନା ବିକଶିତ ଭାରତ ସ୍ବପ୍ନ ପୂରଣ ହୋଇପାରିବ ନାହିଁ: ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ

ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍‍କାୟିତ ଭାବେ ରହିଛି। ସେମାନଙ୍କୁ ଲୋକଲୋଚନକୁ ଆଣିପାରିଲେ ସେମାନେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିପାରିବେ। ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଲୋକ ଲୋଚନକୁ ଆଣିପାରିଲେ ସେମାନେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଦେଶକୁ ଗୌରବ ଆଣିପାରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରକାଶ କରିଛନ୍ତି ।  ଓଡ଼ିଶାର କିସ୍‍ ଓ କିଟ୍‍ ଅନୁଷ୍ଠାନ ଜନଜାତି ପିଲାଙ୍କୁ ଶିକ୍ଷା ବ୍ୟତୀତ କ୍ରୀଡ଼ାର ବିକାଶ ପାଇଁ ଉପଯୁକ୍ତ ତାଲିମ ଓ ଅଭ୍ୟାସ ଯୋଗାଇ ଦେଉଥିବାରୁ ସେମାନେ ଆଜି ଅନ୍ତର୍ଜାତୀୟସ୍ତରର ଦେଶକୁ ସୁନାମ ଆଣିପାରୁଛନ୍ତି ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ।

ଗତକାଲି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା’ (ଆଇଟିଡିଏ) ଏବଂ ‘ସମନ୍ନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ’ (ଆଇଟିଡିପି) ର ସୁଦୃଢ଼ୀକରଣ ଉପରେ ଏକ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବା ଅବସରରେ କିସର ଜନଜାତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ କ୍ରୀଡ଼ାରେ ଉନ୍ନତ ତାଲିମ ପ୍ରଦାନ କରାଯାଉଥିବା ଉଲ୍ଲେଖ କରିଥିଲେ।

ଏହି ଅବସରରେ ସେ ଭାରତରେ ଜନଜାତି ବିକାଶ ପଦକ୍ଷେପର କାର୍ଯ୍ୟକାରିତା ବୃଦ୍ଧି କରିବା ଏବଂ ଜନଜାତି ସଂପ୍ରଦାୟର ସାମାଜିକ-ଆର୍ଥିକ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ସାଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ଜାତୀୟସ୍ତରରେ ରାଷ୍ଟ୍ରପତି କିସ୍‍ର ନାମ ଉଲ୍ଲେଖ କରି ରାଷ୍ଟ୍ରପତି କିସ୍‍ ଓ ସମଗ୍ର ଜନଜାତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ବୋଲି ଡ. ସାମନ୍ତ କହିଛନ୍ତି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି !
  • ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ଦେବାଶିଷ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ
  • ଆସନ୍ତା ୧୦ରେ ହେବନି ଘରୋଇ ବସ ଧର୍ମଘଟ, ସ୍ଥଗିତ ରଖିଲା ସଂଘ
  • ପତଞ୍ଜଳି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
  • ଜନଜାତିଙ୍କ ମଧ୍ୟରେ ବହୁ ବିରଳ ପ୍ରତିଭା ଲୁକ୍‍କାୟିତ ଭାବେ ରହିଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In