କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ନୂଆବଜାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଶିର ଜେନା, କିଶୋର ସାଗର, ସି ଏଚ୍ ବସନ୍ତା, ପ୍ରସନ୍ନ ଭୂୟାଁ, ପ୍ରିୟବ୍ରତ ରାଉତରାୟ, ସ୍ବରୂପ ସାହୁ, ସନ୍ତୋଷ ରାୟ, ବିଶ୍ଵରଞ୍ଜନ ଘଡାଇ, ଗଜେନ୍ଦ୍ର ସ୍ବାଇଁ ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅମୂଲ୍ୟ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବୃକ୍ଷରୋପଣ ଓ ଏକକ ବ୍ୟବହାରଯୋଗ୍ୟ ପଲିଥିନ ବର୍ଜନ ପାଇଁ ସଂକଳ୍ପ ପାଠ କରାଯାଇଥିଲା।
