• About Us
  • Contact Us
Wednesday, June 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବେ

by Voice of Victims
June 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ

ଭୁବନେଶ୍ୱର : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ତରର ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଆଜି ଆୟୋଜିତ ହେବାକୁ ଥିବା ଏନଡିଏ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ସମ୍ମିଳନୀ ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ଅଶୋକା ହୋଟେଲ୍ ରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ୧୨ ବର୍ଷ ପୂରଣ କରିଥିବା ପରିପ୍ରେକ୍ଷୀରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ସରକାରଙ୍କ ସଫଳତା, ସାଂଗଠନିକ ସମନ୍ୱୟ ଏବଂ “ବିକଶିତ ଭାରତ ୨୦୪୭” ଲକ୍ଷ୍ୟକୁ ନେଇ ଆଲୋଚନା କରାଯିବ । ରାଜନୈତିକ ସମୀକ୍ଷକଙ୍କ ଅନୁସାରେ, ଏହି ସମ୍ମିଳନୀ ଅବସରରେ କେନ୍ଦ୍ର କ୍ୟାବିନେଟ୍ ଓ ସାଂଗଠନିକ ସ୍ତରରେ ସମ୍ଭାବ୍ୟ ପରିବର୍ତ୍ତନ ନେଇ ମଧ୍ୟ ଅନୌପଚାରିକ ଆଲୋଚନା ହୋଇପାରେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହେବ । ନୀତି ଆୟୋଗର ସାମ୍ପ୍ରତିକ ପୁନର୍ଗଠନ ପରେ ଏହା ପ୍ରଥମ ବୈଠକ । ଏଥିରେ ସମବାୟ ସଂଘୀୟ ବ୍ୟବସ୍ଥା , ଭିତ୍ତିଭୂମି ବିସ୍ତାର, ମାନୁଫାକ୍ଚରିଂ କ୍ଷେତ୍ରର ବିକାଶ, କୃଷି ସଂସ୍କାର ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହିତ ପୂର୍ବତନ ମୁଖ୍ୟ ଶାସନ ସଚିବ ସମ୍ମିଳନୀର ନିଷ୍ପତ୍ତି ଏବଂ ବିଭିନ୍ନ ରାଜ୍ୟ ଦେଇଥିବା ଆକ୍ସନ ଟେକେନ ରିପୋର୍ଟର ସମୀକ୍ଷା କରାଯିବ। ଏହି ଜାତୀୟ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସାମ୍ପ୍ରତିକ ବିକାଶମୂଳକ କାର୍ଯ୍ୟ ଏବଂ ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରିବେ । ରାଜ୍ୟର ପ୍ରମୁଖ କାର୍ଯ୍ୟକ୍ରମ ଯେପରିକି ‘ସୁଭଦ୍ରା ଯୋଜନା’, ଭିତ୍ତିଭୂମି ବିକାଶ ଏବଂ ଶିଳ୍ପ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାର ସଫଳତା ସମ୍ପର୍କରେ ଅବଗତ କରାଯିବ । ଖଣିଜଭିତ୍ତିକ ଶିଳ୍ପ, ରେଳ ଏବଂ ବନ୍ଦର ସଂଯୋଗୀକରଣ, ଜଳସେଚନ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଓ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଅଧିକ କେନ୍ଦ୍ରୀୟ ଅନୁଦାନ ଓ ନୀତିଗତ ସହାୟତା ଲୋଡ଼ିବେ। ମୁଖ୍ୟମନ୍ତ୍ରୀଙ୍କର ଏହି ନୂଆଦିଲ୍ଲୀ ଗସ୍ତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମନ୍ୱୟ ରକ୍ଷା ଏବଂ ଓଡ଼ିଶାର ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ସମ୍ବଳ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ନିୟମିତ ପ୍ରଶାସନିକ ପଦକ୍ଷେପ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ ।

Post Views: 78
Share198Tweet124Send
Voice of Victims

Voice of Victims

Recent Posts

  • ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?
  • ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ? ବାଜିରେ ଲାଗିଛି ଦିଦିଙ୍କ ରାଜନୈତିକ ଭବିଷ୍ୟତ…
  • ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା, ୬୩୯ ଟଙ୍କାରୁ ୬୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
  • ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏନଡିଏ ସମ୍ମିଳନୀ ଓ ନୀତି ଆୟୋଗ ବୈଠକରେ ଯୋଗଦେବେ
  • ହଟିବ ଦୀଘା ଜଗନ୍ନାଥ ମନ୍ଦିରରୁ “ଧାମ” ଶବ୍ଦ : ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ କାର୍ଯ୍ୟାନୁଷ୍ଠାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In