• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା

by Voice of Victims
June 12, 2026
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା

ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର । ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି କରିଛି NTA । ନିଟ୍ ପରୀକ୍ଷା ସମୟ ଅବଧି ୧୯୫ ମିନିଟକୁ ବୃଦ୍ଧି । ଆସନ୍ତା ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ଯାଏଁ ହେବ ପରୀକ୍ଷା ହଲରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ନିଟ୍ ପରୀକ୍ଷାର୍ଥୀମାନଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ ।

ପ୍ରଶ୍ନପତ୍ର ବୁକଲେଟରେ ନୂତନ ଲେଆଉଟ୍ ଡିଜାଇନ୍ ହୋଇଛି । ପରୀକ୍ଷାର୍ଥୀଙ୍କୁ ରଫୱାର୍କ କରିବା ପାଇଁ ପେଜ୍ ସଂଖ୍ୟା ବଢାଯାଇଛି । ଦୁଇଟି ପେଜ୍ ବଦଳରେ ୪ଟି ପେଜ୍ ମିଳିବ । ପୂର୍ବରୁ ରଫ୍ ୱାର୍କ ପୃଷ୍ଠାଗୁଡ଼ିକ କେବଳ ଶେଷରେ ରହୁଥିଲା । ବର୍ତ୍ତମାନ ନିର୍ଦ୍ଦେଶନାମା ପୃଷ୍ଠା ପରେ ଆରମ୍ଭରୁ ଦୁଇଟି ପୃଷ୍ଠା ଓ ଶେଷରେ ଆଉ ଦୁଇଟି ପୃଷ୍ଠା ରହିବ । ଏହି ବ୍ୟବସ୍ଥା ବିଶେଷକରି ବାମ ହାତରେ ଲେଖୁଥିବା ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କରାଯାଇଛି ।

ନିଟ୍-ୟୁଜି ୨୦୨୬ର ପୁନଃ ପରୀକ୍ଷା ଆସନ୍ତା ୨୧ ତାରିଖରେ ହେବାକୁ ଯାଉଛି । ମେ’ ମାସରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ଏହାକୁ ଆଉଥରେ କରାଯାଉଛି । ପୁନଃ ପରୀକ୍ଷାର ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅନେକ ନୂଆ ପଦକ୍ଷେପ ନେଇଛି ।

ନିଟ୍ ପରୀକ୍ଷା ଲାଗି ପ୍ରଶ୍ନପତ୍ର ତିଆରି କରିଥିବା ବିଭିନ୍ନ ବିଷୟ ବିଶେଷଜ୍ଞ, ଶିକ୍ଷକ, ଅନୁବାଦକ ଓ ଅନ୍ୟ କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଛି । ଏହି କର୍ମଚାରୀମାନଙ୍କୁ ପରିବାର ଓ ଅନ୍ୟ କାହା ସହିତ ମିଶିବାକୁ ସୁଯୋଗ ଦିଆଯାଉ ନାହିଁ । ଏପରି କି ସେମାନଙ୍କୁ ମୋବାଇଲ, ଇଣ୍ଟରନେଟ୍ ଓ ଅନ୍ୟ ଯୋଗାଯୋଗ ଉପକରଣ ସବୁ ବାରଣ କରାଯାଇଛି । କର୍ମଚାରୀମାନେ ରହୁଥିବା ଘରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଜୁନ୍ ୨୧ ତାରିଖ ଅର୍ଥାତ୍ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏପରି ଆଇସୋଲେସନ ବା ଲକ୍ଡାଉନ କରି ରଖାଯିବ । ସେହିପରି ପ୍ରଶ୍ନପତ୍ରକୁ ପରିବହନ ପାଇଁ ବାୟୁସେନାର ହେଲିକପ୍ଟର ମୁତୟନ କରାଯାଇଛି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ଦେଶବ୍ୟାପୀ ୫ଲକ୍ଷ ସୁରକ୍ଷାକର୍ମୀ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
  • ପତଞ୍ଜଳି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
  • ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା
  • ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ
  • ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In