କଟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଦେଶର ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚନା କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରି ପତଞ୍ଜଳି ଯୋଗପୀଠ ପକ୍ଷରୁ ନେହେରୁ କଲୋନୀ ସ୍ଥିତ ବରଦା ମହାବୀର ମନ୍ଦିର ପ୍ରାଙ୍ଗଣରେ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏକ ସାମୁହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଶିଶିର ଜେନା, ମହେନ୍ଦ୍ର ତ୍ରିପାଠୀ, ନିତାଇ ବଳ, ରାମଚନ୍ଦ୍ର ସାହୁ, ସାଗର ନାୟକ, ହୃଷିକେଶ ସାହୁ, ଶରତ ପଣ୍ଡା, କୁରେଶ ପାତ୍ର, ସାଧୁଚରଣ ସ୍ବାଇଁ, ଲକ୍ଷ୍ମଣ କରଣ, ସୌରଭ ସାହୁ, କବିତା କରଣ, ତପସ୍ଵିନୀ ମହାନ୍ତି, ବିଦ୍ୟୁତଲତା ରାୟ, ଝୁନାରାଣୀ ବେହେରା, ସ୍ମୃତିସ୍ନିଗ୍ଧା ମହାପାତ୍ର, ପାର୍ବତୀ ବିଶ୍ଵାଳ ଓ ଝରଣା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
