• About Us
  • Contact Us
Tuesday, June 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସଙ୍ଗିନୀ ଫାଉଣ୍ଡେସନର ରଜ ପରବ-2026 ପାଳିତ

by Voice of Victims
June 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସଙ୍ଗିନୀ ଫାଉଣ୍ଡେସନର ରଜ ପରବ-2026 ପାଳିତ

ଭୁବନେଶ୍ବର (ଭିଓଭି): ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ “ସଙ୍ଗିନୀ ଫାଉଣ୍ଡେସନ” ତରଫରୁ ‘ରଜ ପରବ-2026’ ମହା ଆନନ୍ଦ ଉଲ୍ଲାସର ସହିତ ସ୍ଥାନୀୟ ପଟିଆ ସ୍ଥିତ ‘ଆର ଜେ ଲନସ୍’ ଠାରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ “ରଜ ସମ୍ପୂର୍ଣ୍ଣା”ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ପ୍ରଶ୍ନୋତ୍ତର ଏବଂ ରାମ୍ପ ଶୋ’ ଭଳି ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମହିଳାମାନେ ଉତ୍ସାହର ସହ ଏହି ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ।ପ୍ରତିଯୋଗିତାର ବିଜେତା ମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ସ୍ଥଳରେ ମହିଳା ମାନେ ବିଭିନ୍ନ ଆକର୍ଷଣୀୟ ଶାଢ଼ି ଏବଂ ଘର କରଣା ଜିନିଷ ଷ୍ଟଲ୍ ରୁ କିଣାବିକା ର ମଜା ନେଇଥିଲେ।

ଘରୋଇ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ମହିଳାମାନଙ୍କୁ ଆନନ୍ଦ, ମନୋରଞ୍ଜନ ଓ ମାନସିକ ପ୍ରଫୁଲ୍ଲତା ପ୍ରଦାନ କରିବା ଉଦ୍ଦେଶ୍ୟରେ ସଙ୍ଗିନୀ ଫାଉଣ୍ଡେସନ୍ ପକ୍ଷରୁ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା ଏବଂ ଉପସ୍ଥିତ ସମସ୍ତଙ୍କ ପ୍ରଶଂସା ଲାଭ କରିଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ପାଇକ ଆଖଡା ସଭାପତି ପ୍ରକାଶ ଶ୍ରୀଚନ୍ଦନ, ବିଜେପି ନେତ୍ରୀ ରୋଜାଲିନ ପାଟସାହାଣୀ ଏବଂ ସୁକ୍ରିତୀ ପଟ୍ଟନାୟକ ଏବଂ ଗାୟିକା ଜୟଶ୍ରୀ ଧଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଚେୟାରପର୍ସନ ନୀଳିମା ଦାସ ଙ୍କ ସମେତ ଜୟନ୍ତୀ ପାଣି, ସୁନିତା ସାମଲ, ଡାଃ ସୁଜାତା ପ୍ରିୟଦର୍ଶିନୀ ଏବଂ ସ୍ଵପ୍ନା ଦାସ ପ୍ରମୁଖ ପରିଚାଳନା କରିଥିଲେ।

Post Views: 16
Share197Tweet123Send
Voice of Victims

Voice of Victims

Recent Posts

  • NEET UG ପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ
  • ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା
  • ସଙ୍ଗିନୀ ଫାଉଣ୍ଡେସନର ରଜ ପରବ-2026 ପାଳିତ
  • ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ଭୁତପୂର୍ବ ସ୍ଵାଗତ ସମ୍ବର୍ଦ୍ଧନା
  • ସୁପ୍ରିମକୋର୍ଟରେ ଅନୁଭବ-ବର୍ଷା ବିବାଦ, ଅନୁଭବଙ୍କ ଆବେଦନ ଉପରେ ସରକାରଙ୍କୁ ନୋଟିସ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In