• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଳଭଦ୍ରପୁର ପ୍ରିମିୟର ଲିଗ ଉଦ୍‌ଯାପିତ, ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଚାମ୍ପିୟନ

by Voice of Victims
June 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ବଳଭଦ୍ରପୁର ପ୍ରିମିୟର ଲିଗ ଉଦ୍‌ଯାପିତ, ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଚାମ୍ପିୟନ

ବଳଭଦ୍ରପୁର ଯୁବକ ସଂଘର ଆନୁକୂଲ୍ୟରେ ତିନିଦିନିଆ “ବଳଭଦ୍ରପୁର ପ୍ରିମିୟର ଲିଗ (ବିପିଏଲ୍)” ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ୧୨ ଜୁନ୍ ୨୦୨୬ ରୁ ଆରମ୍ଭ ହୋଇ ୧୪ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିଥିଲା। ବଳଭଦ୍ରପୁର ଓ ଛତ୍ରବଜାର ଅଞ୍ଚଳର ସମସ୍ତ କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ଟୁର୍ଣ୍ଣାମେଣ୍ଟଟି ଆକର୍ଷଣୀୟ ହୋଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ସେଗୁଡ଼ିକ ହେଲା, ମା ସୁନାଦେଇ କ୍ରିକେଟ ଟିମ, ଗଣେଶ ଜୀଉ କ୍ରିକେଟ ଟିମ, ରାମେଶ୍ୱର କ୍ରିକେଟ ଟିମ, ମଦନମୋହନ କ୍ରିକେଟ ଟିମ, ଜୟ ଜଗନ୍ନାଥ କ୍ରିକେଟ ଟିମ ଓ ବାବା ହୁଙ୍କେଶ୍ୱର କ୍ରିକେଟ ଟିମ। ଫାଇନାଲ ମ୍ୟାଚ୍‌ଟି ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ଓ ମା ସୁନାଦେଇ କ୍ରିକେଟ ଟିମ ମଧ୍ୟରେ ଖେଳାଯାଇଥିଲା। ରୋମାଞ୍ଚକର ମୁକାବିଲାରେ ବାବା ହୁଙ୍କେଶ୍ୱର କ୍ରିକେଟ ଟିମ ବିଜୟୀ ହୋଇ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅମିତ ମନ୍ତ୍ରୀଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ବେଷ୍ଟ ବୋଲର ପୁରସ୍କାର ପ୍ରଦାନ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଗ୍ରାମର ଅଧିକାରୀ ନିରାକାର ପ୍ରସାଦ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହନ୍ତ ନୀଳକଣ୍ଠ ମହାନ୍ତି, କଟୁଆଳ ବିଷ୍ଣୁ ଚରଣ ରାଉଳ, କୋଷାଧ୍ୟକ୍ଷ ଅମରେନ୍ଦ୍ର ରାଉତ, ବଳଭଦ୍ରପୁର ଯୁବକ ସଂଘର ସଭାପତି ପ୍ରସନ୍ନ କୁମାର ରାଉତ, ଉପସଭାପତି ନାରାୟଣ ଲେଙ୍କା, ନୀତେଶ ସାହୁ, ସମ୍ପାଦକ ପ୍ରଦୀପ୍ତ କୁମାର ରାଉତ, ସହ-ସମ୍ପାଦକ ରାଧ୍ୟେଶ୍ୟାମ ଜେନା ଓ ଦିବାକର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ସଫଳ ଭାବେ ପରିଚାଳନା କରିବାରେ ସଂଜୀବ କଲିଆ, ପ୍ରକାଶ ସାହୁ, ରମାକାନ୍ତ ଛାଟୋଇ, ହରି ବେହେରା, ଦେବାଶିଷ ନାୟକ, ଅଭିମନ୍ୟୁ କଲିଆ ଓ ଅମିତ ସ୍ୱାଇଁଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ଶେଷରେ ଆୟୋଜକମାନେ ସମସ୍ତ ଖେଳାଳି, ଅତିଥି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଦେଇଥିଲେ

Post Views: 44
Share200Tweet125Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In