• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌, ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ

by Voice of Victims
June 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌, ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ଜାମିନ୍‌ । ଚାମେଲି ଓଝାଙ୍କୁ ଜାମିନ୍‌ ପ୍ରଦାନ କଲେ SDJM କୋର୍ଟ । ପୋଲିସକୁ ଆକ୍ରମଣ ମାମଲାରେ ମିଳିଲା ଜାମିନ୍ । ୩୦ ହଜାର ଟଙ୍କା ଓ ୨ ଜାମିନ୍‌ଦାରଙ୍କ ବଦଳରେ ମିଳିଲା ଜାମିନ୍ ।  ଆଜି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଫୋନ ଫେରାଇଥିଲେ ମହାକାଳପଡ଼ା ପୋଲିସ । ଚାମେଲିଙ୍କ ବାପାକୁ ଡାକି ଫୋନ୍ ଫେରାଇଥିଲେ ମହାକାଳପଡ଼ା ଆଇଆଇସି ।

ଏନେଇ ଚାମେଲିଙ୍କ ବାପା ସୂଚନା ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ କେବିନ ନମ୍ବର ୧୫ରେ ଚାମେଲି ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକ୍ଷକ । ୪ଜଣ ସ୍ପେସାଲିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଲେ ୨ରୁ ୪ଦିନ ମଧ୍ୟରେ ଚାମେଲିଙ୍କୁ ଡିସଚାର୍ଜ କରାଯିବା ନେଇ ସୂଚନା ଦେଇଛନ୍ତି ଡାକ୍ତର କିଶୋର ମିଶ୍ର ।

ମହାକାଳପଡ଼ା ବିଡିଓ (BDO) ଏବଂ ପୋଲିସ ପକ୍ଷରୁ କରାଯାଇଥିବା FIR ଅନୁଯାୟୀ ତାଙ୍କ ଉପରେ ନିମ୍ନଲିଖିତ ମୁଖ୍ୟ ଅଭିଯୋଗଗୁଡ଼ିକ ରହିଛି:

୧. (କେସ୍ ନମ୍ବର ୧୭୦)ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁସାରେ ଏହି ମାମଲା ରୁଜୁ ହୋଇଛି : ସରକାରୀ କାର୍ଯ୍ୟରେ ବାଧା: ସରକାରୀ ଅଧିକାରୀଙ୍କୁ ତାଙ୍କ କର୍ତ୍ତବ୍ୟ କରିବାରେ ବାଧା ସୃଷ୍ଟି କରିବା ।  ଅଶ୍ଳୀଳ ଭାଷାରେ ଗାଳିଗୁଲଜ: ବିଡିଓଙ୍କ ଚାମ୍ବର ଭିତରକୁ ପଶି ତାଙ୍କୁ ଦୁର୍ବ୍ୟବହାର ଓ ଅସଭ୍ୟ ଭାଷାରେ ଗାଳି କରିବା ।  ବେଆଇନ ଭିଡିଓଗ୍ରାଫି: ବିଡିଓଙ୍କ ଅନୁମତି ବିନା ସରକାରୀ କାର୍ଯ୍ୟାଳୟ ଭିତରେ ବେଆଇନ ଭାବେ ମୋବାଇଲ୍ ରେ ଭିଡିଓ ସୁଟିଂ କରିବା । ଅପରାଧିକ ଧମକ: ସରକାରୀ କର୍ମଚାରୀଙ୍କୁ ଭୟଭୀତ କରାଇବା ଏବଂ ଧମକ ଚମକ ଦେବା ।

୨.  (କେସ୍ ନମ୍ବର ୧୭୧ ) ଘଟଣା ସ୍ଥଳରେ ତଦନ୍ତ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପହଞ୍ଚିଥିବା ପୋଲିସ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଏହି ଦ୍ୱିତୀୟ ମାମଲାଟି ରୁଜୁ ହୋଇଛି : ହତ୍ୟା ଉଦ୍ୟମ : ଡ୍ୟୁଟିରେ ଥିବା ପୋଲିସ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିବା ଅଭିଯୋଗ । କର୍ତ୍ତବ୍ୟରତ ପୋଲିସକୁ ଆକ୍ରମଣ: ଏସଆଇ (SI) ତପସ୍ୱିନୀ ବିଶ୍ୱାଳ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ଆହତ କରିବା ।  ଆଙ୍ଗୁଠି କାମୁଡ଼ିବା: କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଆଙ୍ଗୁଠିକୁ କାମୁଡ଼ି କ୍ଷତବିକ୍ଷତ କରିବା (ଏଥିପାଇଁ BNS ଦଫା ୧୨୧(୧) ଓ ୧୩୩ ଲଗାଯାଇଛି) ।

Post Views: 44
Share199Tweet125Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In