• About Us
  • Contact Us
Wednesday, June 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍‌ ସମ୍ମାନ

by Voice of Victims
June 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍‌ ସମ୍ମାନ

ଭୁବନେଶ୍ୱର, ଜୁନ୍‌ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ଅନ୍ତର୍ଗତ ସୋସିଆଲ୍‌ ସାଇନସ୍‌ ଓ ହ୍ୟୁମାନିଟିଜ୍‌ ବିଭାଗର ଇଂରାଜୀ ବିଭାଗର ଗବେଷକ ଛାତ୍ର ଶ୍ରୀଯୁକ୍ତ ସାନ୍ଦିପନି ଚୌଧୁରୀଙ୍କୁ ଡକ୍ଟରେଟ୍‌ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କର ସନ୍ଦର୍ଭଟି ମାଲେସିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ନୟନଦିପ୍‌ ସିଂ କନୱାଲ୍‌ଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହୋଇଛି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆମେରିକାର ବିଶିଷ୍ଟ ଔପନ୍ୟାସିକ କୋର୍‌ମାକ୍‌ ମାର୍କକାର୍ଥିଙ୍କ ଉପନ୍ୟାସର ବର୍ଣ୍ଣନାଧର୍ମୀ ଶୈଳୀ ଉପରେ ଶ୍ରୀ ଚୌଧୁରୀ ଯେଉଁ ମୌଳିକ ଉପାଦେୟ ମୂଳକ ତଥ୍ୟ ଉପସ୍ଥାପନ କରିଛନ୍ତି ତାହା ବେଶ୍‌ ସୁଦୃଢ଼ ଓ ସଶକ୍ତ ଭିତିଭୂମି ଉପରେ ପ୍ରତିଷ୍ଠିତ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି । ହରିୟାନାସ୍ଥ ସେଂଟ୍ରାଲ୍‌ ୟୁନିଭରସିଟିର ପ୍ରଫେସର୍‌ ଡକ୍ଟର ତନୁ ଗୁପ୍ତା ସନ୍ଦର୍ଭଟିର ଗୁଣାତ୍ମକ ମୂଲ୍ୟବୋଧ ଓ ନିଷ୍କର୍ଶରେ ମୌଳିକତା ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ଚୌଧୁରୀ ସୋଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଦୀର୍ଘ ୪ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିଆସୁଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ, ସୋଆର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଉଚ୍ଚ ଗବେଷଣା କାର୍ଯ୍ୟ ନିମନ୍ତେ ବିଶ୍ୱର ବହୁ ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ଦ୍ୱାରା ପ୍ରଶଂସିତ ହୋଇ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବର ପରମ୍ପରା ବଜାୟ ରଖିଛନ୍ତି ।

Post Views: 13
Share198Tweet124Send
Voice of Victims

Voice of Victims

Recent Posts

  • ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍‌ ସମ୍ମାନ
  • ବ୍ରହ୍ମପୁର ଚିକିତ୍ସା କ୍ଷେତ୍ରରେ ମାଇଲଖୁଂଟ :ସମ୍‌ ହସ୍ପିଟାଲରେ ହାଇ-ଟେକ୍‌ ନ୍ୟୁରୋସର୍ଜରୀ ଦ୍ୱାରା ୬୦ ବର୍ଷୀୟା ମହିଳାଙ୍କ ଜୀବନ ରକ୍ଷା
  • ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ
  • ହରିଦ୍ବାରରୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ, ରାସ୍ତାରେ କରାଗଲା ଚିକିତ୍ସା
  • ରଥଖଳାରେ ବିବାଦ, ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ବକର୍ମା ମହାରଣା ସେବାୟତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In