କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ଐତିହାସିକ ବାରବାଟୀ ଷ୍ଟାଡିୟମ ଠାରେ ଦ୍ବାଦଶ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ରାଜ୍ୟସଭା ସାଂସଦ ଦିଲିପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟପ୍ରଦ ବାର୍ଦ୍ଧକ୍ୟ ପାଇଁ ସବୁଦିନ ଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ପତଞ୍ଜଳି ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର, ସ୍ବୟଂ ପ୍ରକାଶ ମହାପାତ୍ର, ସୁନିଲ ଶର୍ମା, ଶିଶିର ଜେନା, କିଶୋର ସାଗର ଓ ସବିତା ପରିଡ଼ା ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସି ଏଚ୍ ବସନ୍ତା, ପ୍ରମୋଦ ଦାଶ, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ସୁରଭି ରାଉତ, ସ୍ବରୂପ ସାହୁ, ବିଚିତ୍ର ସାହୁ, ସନ୍ତୋଷ ରାୟ, ବିଶ୍ଵରଞ୍ଜନ ଘଡାଇ, ଅମୂଲ୍ୟ ମହାନ୍ତି, କବିତା କରଣ, ଉମେଶ ସାହୁ, ଜ୍ୟୋତିରଞ୍ଜନ ମୁଦୁଲି, ରୀତା ପୁହାଣ, ତ୍ରିନାଥ ଦାସ, ଦୂର୍ବାଦଳ ସାହୁ ଓ ଆଶିଷ ହାଲଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବନ୍ଦେ ମାତରମ ଗାନ, ବୈଦିକ ଯଜ୍ଞ, ଯୋଗ ନୃତ୍ୟ ହେବା ସହ ସମାଜର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ବାରା ହଜାର ହଜାର ସଂଖ୍ୟାରେ ଯୋଗ ପ୍ରେମୀ ଜନସାଧାରଣ ବାରବାଟୀ ଷ୍ଟାଡିୟମକୁ ଯୋଗମୟ କରିଦେଇଥିଲେ। ପ୍ରଭାରୀ ନିମାଇଁ ଜେନା ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ୍ ଓ ଓସିଏ ସଭାପତି ସଞ୍ଜୟ ବେହେରାଙ୍କ ସମେତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ସମସ୍ତେ ସ୍ୱସ୍ଥ କଟକ, ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ପାଇଁ ଦୈନିକ ଯୋଗ ଅଭ୍ୟାସ କରିବାକୁ ସଂକଳ୍ପ ପାଠ କରିଥିଲେ।
