• About Us
  • Contact Us
Tuesday, June 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସୁଛି ଦୁଇଟି ଲଘୁଚାପ ; ସକ୍ରିୟ ହେବ ମୌସୁମି

by Voice of Victims
June 22, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ନିଷ୍କ୍ରିୟ ରହିବା ହେତୁ ଅନେକ ସ୍ଥାନକୁ ଅଗ୍ରସର ହୋଇପାରିନି। କିନ୍ତୁ ଧୀରେ ଧୀରେ ମୌସୁମି ସକ୍ରିୟ ହେବାରେ ଲାଗିଛି। ଜୁନ୍ ଶେଷ ସପ୍ତାହ‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ଜୁଲାଇ ପ୍ରଥମ ସପ୍ତାହ‌େ‌ର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଆଗପଛ ହୋଇ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ଆସୁଥିବାରୁ ରାଜ୍ୟରେ ମୌସୁମି ଆହୁରି ସକ୍ରିୟ ହେବ ଏବଂ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମି ପ୍ରବେଶ କରିବା ନିମନ୍ତେ ପାଗ ଅନୁକୂଳ ରହିଛି। ରବିବାର ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଏବଂ ହୀରାକୁଦ ଆଦି ଅଞ୍ଚଳରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ, ଉପକୂଳ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଜୁନ୍ ୨୪ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ରହିପାରେ। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବି ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଆଗପଛ ହୋଇ ଦୁଇଟି ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଧୀରେ ଧୀରେ ମୌସୁମି ସକ୍ରିୟ ହେବ ବୋଲି ସେ କହିଛନ୍ତି।

Post Views: 24
Share199Tweet125Send
Voice of Victims

Voice of Victims

Recent Posts

  • ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ
  • ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ, ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ
  • ମହିଳାଙ୍କ ମାସିକ ଋତୁସ୍ରାବ ସ୍ୱଚ୍ଛତା ଅଭିଯାନ
  • “ବିକାଶର ଧାରା , ଓଡ଼ିଶା ସାରା ” କାର୍ଯ୍ୟକ୍ରମ ଉଦ୍ ଘାଟିତ
  • ଆସୁଛି ଦୁଇଟି ଲଘୁଚାପ ; ସକ୍ରିୟ ହେବ ମୌସୁମି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In