ପୁରୀ (ଭିଓଭି): ଇଣ୍ଟରନାସନାଲ ହ୍ୟୁମାନ ରାଇଟ ଫୋର୍ସ (IHRF )ପକ୍ଷରୁ ଛାତ୍ରୀ ତଥା ମହିଳା ମାନଙ୍କ ମାସିକ ଋତୁସ୍ରାବ ଜନିତ ସ୍ୱଚ୍ଛତା ଓ ସଚେତନତା ର ବାର୍ତ୍ତା କୁ ପ୍ରଚାର ଓ ପ୍ରସାର କରିବା ଉଦେଶ୍ୟରେ ଏକ ସାନିଟାରୀ ନାପକିନ ପ୍ୟାଡ଼ ର ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ବଲ୍ଲବ ପରିସରରେ ଆୟୋଜିତ ହୋଇଥିଲା । ରାଜ୍ୟ ମୁଖ୍ୟ ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ଓ ଜିଲ୍ଲା ସଭାପତି ସବିତା ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଖପାଖର ପ୍ରାୟ 250 ମହିଳା ଏବଂ ଝିଅ ମାନଙ୍କୁ ଡକାଯାଇ 4000 ନାପକିନ ବଣ୍ଟା ଯାଇଥିଲା ।

ମହିଳା ମାନଙ୍କ ମାସିକ ଋତୁସ୍ରାବ ସମୟ ନିଶ୍ଚିତ ରୂପେ ଏକ ସମ୍ବେଦନଶୀଳ ଓ ସ୍ୱାସ୍ଥ୍ୟ ପକ୍ଷେ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଅତିଥି ପ୍ରକାଶ କରିଥିଲେ ଓ ଏହାକୁ ଗୁରୁତର ସହ ବିଚାରକୁ ନେଇ ଆମ୍ଭ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି। ଭୁବନେଶ୍ୱର ର ବିଶିଷ୍ଠ ସମାଜସେବୀ ମୀରା ପରିଡା ଓ ପୁରୀ ର ପ୍ରିୟାଂଶି ଦାସ ଙ୍କ ସହାୟତାରେ ଏହି ମହାନ କାର୍ଯ୍ୟ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ମିଶ୍ର, ଲଲାଟେନ୍ଦୁ ମିଶ୍ର, ରମେଶ ସାହୁ, ହରିହର ଶତପଥୀ, ନମିତା ମଞ୍ଜରୀ ଶତପଥୀ, ଲକ୍ଷ୍ମୀପ୍ରିୟା ଦେ, ସୁଜାତା ମହାପାତ୍ର ଆଦି IHRF ର ସଦସ୍ୟ, ସଦସ୍ୟା ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !
