• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ, ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ

by Voice of Victims
June 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଉପନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ‘X’ରେ ପୋଷ୍ଟ, ବିଜେଡି କର୍ମୀଙ୍କୁ ଶ୍ରମ ଓ ବିଜେପିକୁ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ । କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଜଣେ ମୃତ ଜମାକାରୀଙ୍କ ଜମା ରାଶି ପ୍ରଦାନରେ ହୋଇଥିବା ଅହେତୁକ ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ବ୍ରାଞ୍ଚ ମ୍ୟାନେଜରଙ୍କୁ ନିଲମ୍ବନ କରାଯିବା ସହ ପୀଡ଼ିତ ପରିବାରର କ୍ଲେମ ସେଟଲମେଣ୍ଟ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ଜୁନ୍ ୧୨ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ବାବଦରେ ଅବଗତ କରାଇଛନ୍ତି । ସ୍ଥାନୀୟ ପ୍ରଶାସନର ସହାୟତାରେ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହେବା ପରେ, ମୃତ ଆକାଉଣ୍ଟଧାରୀଙ୍କ ଜମା ରାଶି ୧୯ହଜାର ୪୦୨ ଟଙ୍କା ତାଙ୍କ ଆଇନଗତ ଉତ୍ତରାଧିକାରୀ ଜିତୁ ମୁଣ୍ଡା ଓ ଅନ୍ୟ ଦୁଇ ଜଣଙ୍କ ସପକ୍ଷରେ ପ୍ରଦାନ କରାଯାଇଛି ।

ଏହା ସହ ଗ୍ରାହକମାନଙ୍କୁ ସ୍ୱଚ୍ଛ ଓ ସହାନୁଭୂତିପୂର୍ଣ୍ଣ ସେବା ଯୋଗାଇବା ପାଇଁ ବ୍ୟାଙ୍କ୍ ତାର ସମସ୍ତ କ୍ଷେତ୍ରୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ଓଡ଼ିଶା ନୁହେଁ, ବରଂ ଗତ ମେ ୨୯ରେ କେନ୍ଦ୍ର ଆର୍ଥିକ ସେବା ବିଭାଗ ଦେଶର ସମସ୍ତ ୨୮ଟି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ କୁ କଡ଼ା ନିର୍ଦ୍ଦେଶ ଦେଇଛି। ଗ୍ରାମୀଣ, ଆଦିବାସୀ ଓ ଅବହେଳିତ ବର୍ଗର ଗ୍ରାହକମାନେ ଯେପରି ବ୍ୟାଙ୍କିଙ୍ଗ୍ ସେବା ପାଇବାରେ କୌଣସି ହଇରାଣ ନହୁଅନ୍ତି, ତାହା ନିଶ୍ଚିତ କରିବାକୁ କୁହାଯାଇଛି । କେନ୍ଦୁଝରର ଜିତୁ ମୁଣ୍ଡା ଘଟଣା ଓଡ଼ିଶାର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏହି ଘଟଣା ସାମ୍ନାକୁ ଆଣିଥିଲା । ବ୍ୟାଙ୍କର ଜଟିଳ ପ୍ରକ୍ରିୟା ଯୋଗୁଁ ଏକ ଗରିବ ଆଦିବାସୀ ପରିବାର କେମିତି ହଇରାଣ ହେଉଛନ୍ତି, ସେ କଥା ସେ ଉଠାଇବା ସହ ବ୍ୟାଙ୍କର ଏଭଳି ବ୍ୟବହାରକୁ ଅମାନୁଷିକ ବୋଲି ଦର୍ଶାଇଥିଲେ । ନବୀନଙ୍କ ହସ୍ତକ୍ଷେପ ପରେ କେନ୍ଦ୍ରର ଏହି ତ୍ୱରିତ ପଦକ୍ଷେପ ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ବଡ଼ ଦୃଷ୍ଟାନ୍ତ ପାଲଟିଛି ।

Post Views: 115
Share202Tweet126Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In