• About Us
  • Contact Us
Thursday, June 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା

by Voice of Victims
June 25, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା

ପୁରୀ : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଟ୍ ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି । ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡି ର ବ୍ୟବସ୍ଥା ବି କରାଯାଇଛି। ରଥଯାତ୍ରା ସମୟରେ ପିପିଲି ଟୋଲ୍ ଗେଟ୍ ରେ କୌଣସି ଟୋଲ୍ ଟିକସ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏହା ଅଧୀନରେ ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଆଣିବା ପାଇଁ ୪୦୦ଟି ଇଭି ଗାଡ଼ି ଯୋଗାଇ ଦିଆଯିବ। ଶ୍ରଦ୍ଧାଳୁମାନଙ୍କୁ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡକୁ ଆଣିବା ଏବଂ ଛାଡ଼ିବା ପାଇଁ ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଚାଲିବ। ବାହାର ରାଜ୍ୟର ଏବଂ ପର୍ଯ୍ୟଟକ ବସ୍ ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବ। ନିୟମିତ ଚାଲୁଥିବା ବସ୍ ଗୁଡ଼ିକ ତାଳବଣିଆ ଯିବ। ରଥ ଯାତ୍ରା ପାଇଁ ନିମନ୍ତେ ସୁରୁଖୁରୁରେ ଗାଡ଼ି ପରିଚାଳନା ପାଇଁ RTO -୧ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିବହନ କମିଶନର ଅମିତାଭ ଠାକୁରଙ୍କ ଅ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ଡିସିପିଙ୍କ ସମେତ ସମସ୍ତ ବସ ମାଲିକ ସଂଘ ତଥା ପରିବହନ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସେପଟେ ଯାତ୍ରୀମାନଙ୍କ ସୁବିଧା ପାଇଁ ସମସ୍ତ ବସରେ ORS ଓ ପାନୀୟ ବ୍ୟବସ୍ଥା ରଖାଯିବ। ମାଳତିପାଟପୁର ଓ ତାଳବଣିଆଠାରେ ବସ୍ ଓ ଅନ୍ୟାନ୍ୟ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରାଯିବ। ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ବାଡ ରଖାଯିବା ସହିତ କୌଣସି ଗାଡ଼ି ବ୍ରେକଡାଉନ୍ ହେଲେ ତାହାକୁ ବ୍ୟବସ୍ଥାପିତ ପାଇଁ କ୍ରେନ୍ ରଖାଯିବ। ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ। ଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି। ବସ ଷ୍ଟାଣ୍ଡମାନଙ୍କରେ ଯାତ୍ରୀଙ୍କ ପାଇଁ ମାଗଣା ଖାଇବା ବ୍ୟବସ୍ଥା ସହ ବସ୍ ଷ୍ଟାଣ୍ଡରୁ ଶ୍ରୀମନ୍ଦିର ପର୍ଯନ୍ତ ଇଲେକ୍ଟ୍ରିକ ଗାଡିର ବ୍ୟବସ୍ଥା ବି କରାଯାଇଛି।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ସୋଆ ସେଣ୍ଟର ଫର୍‌ ଡାଟା ସାଇନ୍ସ ବାର୍ଷିକ ସମାଚାର ପତ୍ରର ୨ୟ ଖଣ୍ଡ ପ୍ରକାଶିତ
  • ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା
  • ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..
  • ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..
  • ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ସୋଆର ମାନସିକ ରୋଗ ବିଭାଗର ଡାକ୍ତର ମନୋନୀତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In