• About Us
  • Contact Us
Thursday, June 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୋଆ ସେଣ୍ଟର ଫର୍‌ ଡାଟା ସାଇନ୍ସ ବାର୍ଷିକ ସମାଚାର ପତ୍ରର ୨ୟ ଖଣ୍ଡ ପ୍ରକାଶିତ

by Voice of Victims
June 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୋଆ ସେଣ୍ଟର ଫର୍‌ ଡାଟା ସାଇନ୍ସ ବାର୍ଷିକ ସମାଚାର ପତ୍ରର ୨ୟ ଖଣ୍ଡ ପ୍ରକାଶିତ

ଭୁବନେଶ୍ୱର, ଜୁନ୍‌ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସ୍ଥିତ ସେଂଟର ଫର୍‌ ଡାଟା ସାଇନ୍ସ (ସିଡିଏସ୍‌)ର ବାର୍ଷିକ ସମାଚାରପତ୍ର ‘ଡିଏସ୍‌ ବୁଲେଟିନ୍‌’ର ଦ୍ୱିତୀୟ ଖଣ୍ଡ ଆନୁଷ୍ଠାନିକ ଭାବରେ ମଙ୍ଗଳବାର ଉନ୍ମୋଚିତ ହୋଇଛି । ଏହି ପ୍ରକାଶନର ମୁଖ୍ୟ ସମ୍ପାଦକ ପ୍ରଫେସର ମନୋରଞ୍ଜନ ପାଢୀଙ୍କ ଉପସ୍ଥିତିରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏହି ନ୍ୟୁଜଲେଟରକୁ ଉନ୍ମୋଚିତ କରିଥିଲେ । ବାର୍ଷିକ ନ୍ୟୁଜଲେଟରଟି ୨୦୨୫ ବର୍ଷ ପାଇଁ ସିଡିଏସ୍‌ର ଶୈକ୍ଷିକ, ଗବେଷଣା ଏବଂ ଆଉଟରିଚ୍‌ କାର୍ଯ୍ୟକଳାପର ଏକ ଅଭିଲିଖନ ଭାବରେ ପ୍ରକାଶିତ ହୋଇଛି । ଏହି ନ୍ୟୁଜଲେଟର କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଫ୍ୟାକଲ୍ଟି ସଦସ୍ୟ, ଗବେଷକ ଏବଂ ସିଡିଏସ୍‌ ସହିତ ଜଡିତ ଛାତଛାତ୍ରୀ ମାନଙ୍କ ସଫଳତା ଏବଂ ଅବଦାନକୁ ପ୍ରକାଶ କରିଥାଏ ।

‘ଡିଏସ୍‌ ବୁଲେଟିନ୍‌’ର ଦ୍ୱିତୀୟ ଖଣ୍ଡରେ ଅଧ୍ୟାପକଙ୍କ ପ୍ରୋଫାଇଲ୍‌, ପ୍ରକାଶନ, ପୁରସ୍କାର ଏବଂ ସ୍ୱୀକୃତି ସମେତ ଗବେଷଣାରେ ଉଲ୍ଲେଖନୀୟ କୃତିତ୍ୱ ଏବଂ ପିଏଚଡି ଗବେଷକ ଏବଂ ଛାତ୍ରଛାତ୍ରୀଙ୍କ ସଫଳତା ଅନ୍ତର୍ଭୁକ୍ତ । ଗତ ବର୍ଷ ସିଡିଏସ୍‌ ଦ୍ୱାରା କରାଯାଇଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟକଳାପ ଶିକ୍ଷାଗତ କାର୍ଯ୍ୟକ୍ରମ, କର୍ମଶାଳା ଓ ପଦକ୍ଷେପର ଏକ ସ୍ନାପ୍‌ସଟ୍‌ ମଧ୍ୟ ଏଥିରେ ଉପସ୍ଥାପନ କରାଯାଇଛି । ବର୍ଷ ସାରା ହାସଲ ହୋଇଥିବା ମାଇଲଖୁଂଟ ଗୁଡିକୁ ବର୍ଣ୍ଣନା କରି ନ୍ୟୁଜଲେଟରଟି ସିଡିଏସ୍‌ର ସାମୂହିକ ପ୍ରୟାସକୁ ପ୍ରକାଶ କରିବା ସହ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍‌ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପାଇଁ ଏକ ମୂଲ୍ୟବାନ ସନ୍ଦର୍ଭ ସାମଗ୍ରୀ ଭାବରେ କାର୍ଯ୍ୟ କରେ । ନ୍ୟୁଜଲେଟରର ମୁଖ୍ୟ ସମ୍ପାଦକ ପ୍ରଫେସର ମନୋରଞ୍ଜନ ପାଢୀ, ସହଯୋଗୀ ସମ୍ପାଦକ ଡକ୍ଟର ସାୟନ୍ତନ ଗୁହା, ସହଯୋଗୀ ସମ୍ପାଦକ ଡକ୍ଟର ଆଶିଷ କୁମାର ପତି, ସହଯୋଗୀ ସମ୍ପାଦକ ମୀନାକ୍ଷୀ ଦାସ ଏବଂ ଏହାର ପ୍ରସ୍ତୁତିରେ ସାମିଲ ସମସ୍ତ ଯୋଗଦାନକାରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ଡାଟା ସାଇନ୍ସ ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉକ୍ରର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସିଡିଏସ୍‌ର ଦୃଷ୍ଟିକୋଣକୁ ମଧ୍ୟ ପୁନଃନିର୍ଦ୍ଦେଶିତ କରିଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ସୋଆ ସେଣ୍ଟର ଫର୍‌ ଡାଟା ସାଇନ୍ସ ବାର୍ଷିକ ସମାଚାର ପତ୍ରର ୨ୟ ଖଣ୍ଡ ପ୍ରକାଶିତ
  • ରଥଯାତ୍ରା ପାଇଁ ପରିବହନ କମିଶନର ବଡ଼ ନିଷ୍ପତ୍ତି, ମାଗଣା ରହିବ ସମସ୍ତ ସେବା
  • ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..
  • ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ ରାଉତ, ନବୀନ ଘୋଷଣା କରି କହିଲେ..
  • ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ସୋଆର ମାନସିକ ରୋଗ ବିଭାଗର ଡାକ୍ତର ମନୋନୀତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In