• About Us
  • Contact Us
Friday, June 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

by Voice of Victims
June 26, 2026
in ଆଇନ କାନୁନ, ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

ଭୁବନେଶ୍ୱର: ପୁରୀରେ ୧୦୦୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ। ବିଭାଗ ପକ୍ଷରୁ ‘ବିକଶିତ ଓଡ଼ିଶା ପାଇଁ ଜନଭାଗୀଦାରି: ସଶକ୍ତ ନାଗରିକ-ସମାବେଶୀ ସହର-ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ’ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି। ପ୍ରସ୍ତାବିତ ପ୍ରକଳ୍ପକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ଭଳି ସ୍ଥାନ ଭାବେ ନିର୍ମାଣ କରାଯିବ। ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ, ଶିକ୍ଷା ତଥା ବୃତ୍ତିଗତ ଆଲୋଚନାଚକ୍ର, ସାଂସ୍କୃତିକ ମହୋତ୍ସବ, ସରକାରୀ କାର୍ଯ୍ୟକ୍ରମ ଏବଂ ସାମାଜିକ ସମାବେଶ ଆଦି ଆୟୋଜନ କରାଯାଇପାରିବ।

ଏହି ପ୍ରକଳ୍ପ ଦ୍ୱାରା ପୁରୀରେ ଏକ ବୃହତ୍ ଓ ଆଧୁନିକ ପ୍ରେକ୍ଷାଳୟର ବହୁପ୍ରତୀକ୍ଷିତ ଆବଶ୍ୟକତା ପୂରଣ ହେବ ବୋଲି ଆଶା କରାଯାଉଛି। ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମି ତଥା ଜନସାଧାରଣଙ୍କ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ କକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ପୁରୀ ମହାନଗର ନିଗମର ଆୟୁକ୍ତଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ପୌରସଂସ୍ଥାଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏଭଳି ବହୁମୁଖୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା, ୮ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • କେତନ ଅଗ୍ରୱାଲ ହତ୍ୟାକାଣ୍ଡ, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସାକ୍ଷାତ କଲେ କେତନଙ୍କ ବାପା
  • ୧ ରୁ ମହଙ୍ଗା ହେବ ପାସପୋର୍ଟ ଦେୟ
  • ମୁଖ୍ୟମନ୍ତ୍ରୀଙ୍କ ବଡ ଆକ୍ସନ ; ସ୍କୁଲ୍ ବହି ତ୍ରୁଟି ; ୪ ନିଲମ୍ବିତ
  • ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ବହୁମୁଖୀ ସମ୍ମିଳନୀ କେନ୍ଦ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In