• About Us
  • Contact Us
Sunday, June 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

by Voice of Victims
June 27, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜିପି ଡ.ସତ୍ୟଜିତ ନାଏକ ଏବଂ ପୁରୀ ଏସପି ପ୍ରତୀକ ସିଂହ ସୁରକ୍ଷା, ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ ଓ ଜନଗହଳି ବ୍ୟବସ୍ଥାପନାର କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସମୀକ୍ଷା କରିଛନ୍ତି। ଭକ୍ତମାନେ କିଭଳି ଶୃଙ୍ଖଳିତ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିପାରିବେ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହର ସାରା ପ୍ରାୟ ୭୯ ପ୍ଲାଟୁନ ପୋର୍ସ ମୁତୟନ କରାଯିବ । ଏସପି, ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ବହୁ ବରିଷ୍ଠ ଅଧିକାରୀ ଡ୍ୟୁଟିରେ ରହିବେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କୁଇକ୍ ଆକ୍ସନ ଟିମ୍ , ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ମୁତୟନ ରହିବେ। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପିକପକେଟ୍, ଚେନ୍ ଛିଣ୍ଡାଇବା ଭଳି ଅପରାଧକୁ ରୋକିବା ପାଇଁ ପୋଲିସ ପ୍ରଯୁକ୍ତିବିଦ୍ୟାର ସହଯୋଗ ନେଇଛି । ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରୁ ସମଗ୍ର ପୁରୀ ସହରର ଗତିବିଧି ଉପରେ ରିଆଲ୍-ଟାଇମ୍ ନଜର ରଖାଯିବ ।

ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚାରିପାଖରେ ଥିବା ଉଚ୍ଚ ଅଟ୍ଟାଳିକା ଉପରେ ପୋଲିସ କର୍ମଚାରୀମାନେ ବାଇନାକୁଲାର ସହ ମୁତୟନ ରହି ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ଭିଡ଼ର ସୁଯୋଗ ନେଇ ଗହଣା କିମ୍ବା ପର୍ସ ଚୋରି ରୋକିବାକୁ ସାଧା ପୋଷାକଧାରୀ ସ୍ୱତନ୍ତ୍ର ପୋଲିସ ଦଳ ଭକ୍ତଙ୍କ ଗହଣରେ ରହିବେ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନକୁ ସହଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହର ଭିତରେ ଯାନବାହନ ଜାମ୍ ରୋକିବା ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ସହର ଉପକଣ୍ଠରେ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ସ୍ନାନଯାତ୍ରା ସମୟରେ ପ୍ରବଳ ଗରମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ। ନିଖୋଜ ବ୍ୟକ୍ତି ବା ପିଲାମାନଙ୍କୁ ଖୋଜିବା ପାଇଁ ସୂଚନା କେନ୍ଦ୍ର ମଧ୍ୟ ସକ୍ରିୟ ରହିବ।

Post Views: 76
Share200Tweet125Send
Voice of Victims

Voice of Victims

Recent Posts

  • ପତଞ୍ଜଳି ପକ୍ଷରୁ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମୁହିକ ଯଜ୍ଞ
  • ଏସୀୟ କ୍ରୀଡ଼ାରେ ଖେଳିବେ ନୀରଜ
  • ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧
  • ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା
  • ୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In