• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

by Voice of Victims
June 29, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାବାହୁ

ରଣପୁର, ୨୯/୦୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ଦେବସ୍ନାନ ନୀତି ଅତ୍ୟନ୍ତ ଭାବଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲା। ଶାସ୍ତ୍ରବିଧି ଅନୁଯାୟୀ ସ୍ନାନମଣ୍ଡପରେ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇ ୧୦୮ ପବିତ୍ର କଳସର ଜଳରେ ମହାସ୍ନାନ କରାଯାଇଥିଲା।ସ୍ନାନ ପରେ ମହାପ୍ରଭୁମାନେ ଦୁର୍ଲଭ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ବର୍ଷକୁ ମାତ୍ର ଥରେ ହେଉଥିବା ଏହି ଦିବ୍ୟ ବେଶ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।ଦେବସ୍ନ।ନ ପୂର୍ଣ୍ଣିମା ଭୋର ସାଢ଼େ ୪ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପ୍ରାତଃ ୫ଟାରେ ପହଣ୍ଡି ଆରମ୍ଭ ହୋଇଥିଲା । ପହଣ୍ଡି ଶେଷ ହୋଇ ୯ଟାରେ ସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳାଳତି କରାଯାଇଥିଲା ।

୧୨ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜଳ ବିଜେ ପୂଜା ଓ ସ୍ନାନ ସମ୍ପନ୍ନ ହୋଇଥିଲା । ସାଢ଼େ ୩ଟାରେ ଛେରା ପହଁରା ସାରି ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ଦାରୁବ୍ରହ୍ମଙ୍କୁ ହାତୀ ବେଶ କରାଯାଇଥିଲା । ରାତି ସାଢ଼େ ୭ଟାରୁ ୯ଟା ୩୦ ସାହାଣମେଲା । ରାତି ୧୦ଟା ଠାକୁରଙ୍କ ହାତୀ ବେଶ ମଇଲମ ହୋଇ ୧୧ଟାରୁ ବାହୁଡ଼ା ପହଣ୍ଡି ହେବ ବୋଲି ମନ୍ଦିର ପ୍ରଶାସନ ଦ୍ୱାରା ସୂଚନା ପ୍ରଦାନ କରାଯାଇଛି ।ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସୁଚାରୁ ଭାବେ ସମ୍ପାଦନ, ଭିଡ଼ ନିୟନ୍ତ୍ରଣ, ଆଇନ-ଶୃଙ୍ଖଳା ରକ୍ଷା, ପାନୀୟ ଜଳ, ଚିକିତ୍ସା, ପରିମଳ ବ୍ୟବସ୍ଥା ଓ ଭକ୍ତମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପୁଲିସ ପ୍ରଶାସନ, ସ୍ୱେଚ୍ଛାସେବୀ ଏବଂ ସେବାୟତମାନଙ୍କ ସମନ୍ୱିତ ସହଯୋଗରେ ସମସ୍ତ ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।ଦେବସ୍ନାନ ପରେ ପ୍ରଚଳିତ ପରମ୍ପରା ଅନୁଯାୟୀ ମହାପ୍ରଭୁ ଅନବସର ଗୃହକୁ ବିଜେ କରିବେ। ଏହି ସମୟରେ ଭକ୍ତମାନେ ଅଲାରନାଥ ମହାପ୍ରଭୁଙ୍କ ଦର୍ଶନ କରିବାର ପରମ୍ପରା ରହିଛି। ରଣପୁରରେ ଏହି ଦେବସ୍ନାନ ଉତ୍ସବ ଭକ୍ତି, ଆଧ୍ୟାତ୍ମିକତା ଓ ପରମ୍ପରାର ଏକ ଅପୂର୍ବ ସମାଗମ ସୃଷ୍ଟି କରିଥିଲା।

Post Views: 40
Share199Tweet124Send
Voice of Victims

Voice of Victims

Recent Posts

  • ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
  • ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
  • ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଧମକ
  • ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ
  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In