• About Us
  • Contact Us
Wednesday, July 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା ପ୍ରସ୍ତୁତି ବୈଠକ : ସୁରକ୍ଷା, ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ରଥଯାତ୍ରା ଉପରେ ଗୁରୁତ୍ୱ

by Voice of Victims
July 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା ପ୍ରସ୍ତୁତି ବୈଠକ : ସୁରକ୍ଷା, ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ରଥଯାତ୍ରା ଉପରେ ଗୁରୁତ୍ୱ

ରଣପୁର, ୦୧/୦୭ : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁରର ଐତିହ୍ୟବାହୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରଥଯାତ୍ରାକୁ ସୁଚାରୁ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବୁଧବାର ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରଥଯାତ୍ରା ସମୟରେ ଶୃଙ୍ଖଳିତ ପରିଚାଳନା, ଭକ୍ତଙ୍କ ସୁରକ୍ଷା ଏବଂ ସମସ୍ତ ମୌଳିକ ସୁବିଧା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବିଡିଓ ମନୋଜ କୁମାର ନାୟକ, ଏନ୍.ଏ.ସି. ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ, ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଏବଂ ପ୍ରଭାତ ଦଳ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ।

ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ଏବଂ ଜନସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସଂପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଶେଷକରି ଚଳିତ ବର୍ଷ ପ୍ଲାଷ୍ଟିକମୁକ୍ତ ରଥଯାତ୍ରା ଆୟୋଜନ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଆହ୍ୱାନ ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ବୈଠକ ଆରମ୍ଭରେ ବାହୁବଳୀ ସେବାୟତ ସ୍ୱର୍ଗତ ଲଳିତ କୁମାର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାର ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରି ବୈଠକର ସମାପନ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ, ସାମାଜିକ କର୍ମୀ ତଥା ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ରଥଯାତ୍ରାର ସଫଳ ଆୟୋଜନ ପାଇଁ ନିଜ ମତାମତ ପ୍ରଦାନ କରିଥିଲେ।

Post Views: 13
Share198Tweet124Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା ପ୍ରସ୍ତୁତି ବୈଠକ : ସୁରକ୍ଷା, ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ରଥଯାତ୍ରା ଉପରେ ଗୁରୁତ୍ୱ
  • ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍‌ଏମ୍‌ଏଲ୍‌-୨୦୨୬) କର୍ମଶାଳା ଉଦ୍‌ଘାଟିତ
  • ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ, ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା
  • ରାଘବ ଚଢାଙ୍କୁ ବଡ଼ ଆଶ୍ୱସ୍ତି, ସୋସିଆଲ ମିଡିଆରୁ ଏହି ସବୁ କଣ୍ଟେଣ୍ଟ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ଅବପାତ ରୂପ ନେବ ଲଘୁଚାପ ୬ ପର୍ଯ୍ୟନ୍ତ ପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In