• About Us
  • Contact Us
Sunday, July 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

by Voice of Victims
July 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।  ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିମି ଦୂରରେ ରହିଛି। ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ଏହା ମୁଖ୍ୟତଃ ଚାନ୍ଦବାଲି ଏବଂ ଦିଘା ମଧ୍ୟରେ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ।  ଏହି ଅବପାତ ଯୋଗୁଁ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପବନର ବେଗ ବୃଦ୍ଧି ପାଇବା ସହ ସମୁଦ୍ର ଅଶାନ୍ତ ରହିବ ।

ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ।  ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା, ରାସ୍ତାଘାଟ ବୁଡ଼ି ଯିବା ଏବଂ ଚାଷ ଜମି ନଷ୍ଟ ହେବା ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।  ଗତ ୨୪ ଘଣ୍ଟାରେ କନ୍ଧମାଳ ଖଜୁରୀପଡ଼ାରେ ସର୍ବାଧିକ୨୭୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିର ତୁରେଇକେଲାରେ ୨୬୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Post Views: 14
Share197Tweet123Send
Voice of Victims

Voice of Victims

Recent Posts

  • ରଣପୁର ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ
  • ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍, ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
  • ବାଙ୍କିପୁର ବିଧାନସଭା ଉପନିର୍ବାଚନ ଆସନ ପାଇଁ ଲଢିବେ ପ୍ରଶାନ୍ତ କିଶୋର, ଜୁଲାଇ ୩୦ରେ ଭୋଟିଂ
  • ବଙ୍ଗୋପସାଗରରେ ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In