ରଣପୁର : ରଣପୁର କୋର୍ଟ ଛକ ନିକଟ ମହାବିର ମନ୍ଦିର ସମ୍ମୁଖରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ୍ ପଟ୍ଟନାୟକ ଆବାହକତ୍ୱରେ ବିଶ୍ଵର ସର୍ବ ବୃହତ୍ ଦଳ ଭାରତୀୟ ଜନତା ପାର୍ଟି ରଣପୁର ନିର୍ବାଚ଼ନ ମଣ୍ଡଳୀର ଏକ ବୁଦ୍ଧିଜିବୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମୀଳନୀରେ ୭୦୦ରୁ ଉର୍ଦ୍ଧ ବୁଦ୍ଧିଜିବୀ , ଭାଜପାର ପୁରାତନ କାର୍ଯ୍ୟକର୍ତ୍ତା , ପଦାଧିକାରୀ ଯୋଗଦାନ କରିଥିଲେ ।
ମୋଦୀ ସରକାରଙ୍କ ବାରବର୍ଷ ଓ ମୋହନସରକାରଙ୍କ ଦୁଇ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରାଗଲା । ଉକ୍ତ ସଭାର ମୁଖ୍ୟ ଅତିଥି ରୂପେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଇଂ ତାପସ ରଞ୍ଜନ ମାର୍ଥା , ମୁଖ୍ୟବକ୍ତା ମାନ୍ୟବର ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ୍ ପାତ୍ର ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପ୍ରିୟବ୍ରତ ପ୍ରହରାଜ, ସମ୍ମାନୀତ ଅତିଥି ରଣପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା ଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ରଣପୁର ଗ୍ରାମୀଣ ମଣ୍ଡଳ ପ୍ରତିନିଧି ରଣଜିତ୍ ପଟ୍ଟନାୟକ ,ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ଉପ ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର , ସନ୍ତୋଷ ନାୟକ ,ରଙ୍କ ଦେଉଳୀ ସମିତିସଭ୍ୟା ମଞ୍ଚରେ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ମନୋଜ କୁମାର ମହାପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ରଣପୁର ଗ୍ରାମୀଣ ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ସୁନାଖଳା କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ପରିଡ଼ା,ରଣପୁରଏନ୍.ଏ.ସି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ବାରିକ, ଗୋପାଳପୁର ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ପ୍ରଧାନ ଙ୍କୁ ସମ୍ମାନୀତ କରାଯାଇଥିଲା ।
