• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌

by Voice of Victims
July 8, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା ଅଭିଯୋଗ
ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସପ୍ତାହାନ୍ତରେ ଫୋନ୍ ଯୋଗେ ଆଲୋଚନା ହୋଇଛି। ଆଗାମୀ ଦିନରେ ଉଭୟ ନେତା ପୁଣିଥରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି ବୋଲି ସୋମବାର ଋଷର ସରକାରୀ ବାସଭବନ ‘କ୍ରେମଲିନ୍’ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ନାଟୋ (NATO) ସମ୍ମିଳନୀ ଅବସରରେ କିମ୍ବା ଏହା ପରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇପାରେ।

ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତୁର୍କୀରେ ଆୟୋଜିତ ହେବାକୁ ଥିବା ନାଟୋ ସମ୍ମିଳନୀ ଅବସରରେ ବୁଧବାର ଦିନ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହେବ। ଜେଲେନସ୍କିଙ୍କ ସହ ଆଲୋଚନା ସରିବା ପରେ ଟ୍ରମ୍ପ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ୍‌ରେ କଥା ହେବାର ସମ୍ଭାବନା ରହିଛି।

ଜେଲେନସ୍କିଙ୍କୁ ଭେଟିବା ପରେ ଟ୍ରମ୍ପ ପୁଟିନଙ୍କ ସହ ଯୋଗାଯୋଗ କରିବେ କି ନାହିଁ ବୋଲି ପଚରାଯିବାରୁ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସକୋଭ୍ କହିଛନ୍ତି, ‘ହଁ, ଏହା ସତ। ଉଭୟ ରାଷ୍ଟ୍ରପତି ପୁଟିନ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଆଗାମୀ ଦିନରେ ଆଲୋଚନା ଜାରି ରଖିବାକୁ ସହମତ ହୋଇଛନ୍ତି।

’ୟୁକ୍ରେନ ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ ଓ ସ୍ଥିର ବୋଲି ପେସକୋଭ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରମ୍ପ ପାଣିପାଗ ବଦଳିବା ଭଳି ନିଜର ନିଷ୍ପତ୍ତି ବଦଳାନ୍ତି ବୋଲି ଯେଉଁ ଗୁଜବ ସୃଷ୍ଟି କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ସେ ବର୍ତ୍ତମାନର ସ୍ଥିତିକୁ ଭଲଭାବେ ବୁଝିଛନ୍ତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୁଟିନଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟ ବା ବିଚାରକୁ ଶୁଣିବା ପାଇଁ ଟ୍ରମ୍ପ ସଦାସର୍ବଦା ପ୍ରସ୍ତୁତ ରହିଛନ୍ତି।

Post Views: 56
Share197Tweet123Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In