• About Us
  • Contact Us
Thursday, July 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କଲକାତାରେ ଟିଏମସି ରାଲି ବେଳେ ମମତାଙ୍କ ରାଗ: ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ

by Voice of Victims
July 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
କଲକାତାରେ ଟିଏମସି ରାଲି ବେଳେ ମମତାଙ୍କ ରାଗ: ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ

କଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟିଏମସି ରାଲିକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ଏବେ ଆଉ ଏକ ଘଟଣା ଚର୍ଚ୍ଚାରେ ରହିଛି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ବାରୁଇପୁରରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ଟିଏମସି ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ହାଇକୋର୍ଟଙ୍କ ଅନୁମତି ପରେ ଏହି ରାଲି ହୋଇଥିଲା। ରାଲି ସମୟରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ଓ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ଆସିଥିଲା।ସୂଚନା ଅନୁସାରେ, ରାଲି ମମତା ବାନାର୍ଜୀଙ୍କ କାଳିଘାଟସ୍ଥିତ ବାସଭବନ ନିକଟରେ ପହଞ୍ଚିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଗଣ୍ଡଗୋଳ ଖବର ପାଇ ମମତା ନିଜେ ବାହାରକୁ ଆସିଥିଲେ।

ଏହି ସମୟରେ ସେ ରାଗରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିବା ଭିଡିଓ ଭାଇରାଲ ହୋଇଛି। ଉକ୍ତ ବ୍ୟକ୍ତି ତାଙ୍କ ଦଳର ଜଣେ କର୍ମୀ ବୋଲି କୁହାଯାଉଛି।ଭିଡିଓକୁ ନେଇ ବିଜେପି ପକ୍ଷରୁ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରାଯାଇଛି। ବିଜେପି ନେତାମାନେ ଘଟଣାକୁ ନେଇ ସମାଲୋଚନା କରିବା ସହ ମମତାଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ, ତାଙ୍କ ଆଇଟି ସେଲ୍ ଅଧ୍ୟକ୍ଷଙ୍କୁ ଘେରି ଆକ୍ରମଣ କରାଯାଉଥିବା ସୂଚନା ପାଇ ସେ ଘଟଣାସ୍ଥଳକୁ ଯାଇଥିଲେ। ରାଲି କରିବା ଏକ ଗଣତାନ୍ତ୍ରିକ ଅଧିକାର ଏବଂ ଏହାକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି। ମମତା ପୋଲିସ ଓ ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ନିଜ କାମ ଠିକ୍ ଭାବେ କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Post Views: 15
Share198Tweet124Send
Voice of Victims

Voice of Victims

Recent Posts

  • ଓଡ଼ିଶାରେ ପ୍ରଥମ: ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲରେ ଅତ୍ୟାଧୁନିକ ମଲିକ୍ୟୁଲାର ଡାଏଗ୍ନୋସିସ୍‌ ଓ ଜିନୋମିକ୍ସ ଲ୍ୟାବ୍‌
  • ଜୁଲାଇ ୧୧ ଓ ୧୨ରେ ସୋଆରେ ଅନୁଷ୍ଠିତ ହେବ ଆଇଏନଏଆଇର ଦୁଇ ଦିନିଆ ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’
  • ଭୁବନେଶ୍ବରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ
  • ଆଜି ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ
  • କଲକାତାରେ ଟିଏମସି ରାଲି ବେଳେ ମମତାଙ୍କ ରାଗ: ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In