• About Us
  • Contact Us
Saturday, July 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରୀହୀନ ହେଲା ଶ୍ରୀସେତୁ

by Voice of Victims
July 11, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶ୍ରୀହୀନ ହେଲା ଶ୍ରୀସେତୁ

ପୁରୀ (ଭିଓଭି): ଜାତୀୟ ରାଜପଥରୁ ପୁରୀ ସହର ଭିତରକୁ ଗହଳି ଏଡ଼ାଇ ସିଧା ସଳଖ ପ୍ରବେଶ କରିବା ଲକ୍ଷ୍ୟରେ ନବୀନ ସରକାରଙ୍କ ଅମଳରେ ଟ୍ରମ୍ପେଟ଼୍ଙ ସଦୃଶ ନିର୍ମିତ ଶ୍ରୀସେତୁ ପୁରୀର ଅନ୍ୟତମ ଆକର୍ଷଣ ଅଟେ। ଏହି ସେତୁ କୁ ଏକ ସାଧାରଣ ସେତୁ ଠାରୁ ଅଧିକ ଆକର୍ଷଣୀୟ କରିବା ଲାଗି ଏଥିରେ ଆଲୋକ ସଜ୍ଜା ସହିତ ଉଭୟ ପାର୍ଶ୍ଵରେ ପ୍ରସ୍ତର ନିର୍ମିତ ସ୍ଥାପତ୍ୟ ସହିତ ଶଙ୍ଖ ଆକୃତିର ଏକ ସୁନ୍ଦର ପାର୍କ ନିର୍ମାଣ କରାଯାଇଥିଲା। ଯାହାକି ପୁରୀ ସହର ରେ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକ ତଥା ଜଗନ୍ନାଥ ଦର୍ଶନାଭିଲାଷୀ ଙ୍କ ମନରେ ଏକ ନିଆରା ସକାରାତ୍ମକ ଭାବନା ସୃଷ୍ଟି କରୁଥିଲା। ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକେ ପାର୍କ ରେ କିଛି ସମୟ ଅତିବାହିତ କରି ଫଟୋ ଉଠାଇବାର ମଜା ନେଉଥିଲେ।

ମାତ୍ର ନିର୍ମାଣ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଲାଗିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତ ଦୁଇଜଣ ମାଳି ଙ୍କୁ କିଛି ମାସ ହେଲା ଅପସାରଣ କରାଯାଇଛି। ବର୍ତ୍ତମାନ ରଥଯାତ୍ରା ପାଇଁ ଗାଡି ରହଣିସ୍ଥଳ କରାଯିବାକୁ ଯୋଜନା କରି ଶଙ୍ଖ ପାର୍କର ସବୁଜିମା ଉପରେ ବୁଲ ଡୋଜର ଚଳାଇ ତାର ଅସ୍ଥିତ୍ଵ କୁ ଖିନଭିନ କରାଯାଇଛି। ଦିନେ ସବୁଜିମା ଏବଂ ଆଲୋକମାଳାରେ ଝଲସୁଥିବା ଶଙ୍ଖ ଉଦ୍ୟାନ ଆଜି ତାର ଅସ୍ତିତ୍ବ ହରାଇଛି। ସନ୍ଧ୍ୟା ନଇଁଲେ ସେଠାରେ ଏବେ ରାଜୁତି କରୁଛି ଘନ ଅନ୍ଧକାର। ଶ୍ରୀହୀନ ହୋଇଛି ଶ୍ରୀସେତୁ।

ପ୍ରଶାସନ ଚାହିଁଥିଲେ ଗାଡି ରହଣିସ୍ଥଳ ଅନ୍ୟତ୍ର କରି ପାର୍କ ର ପୁନରୁଦ୍ଧାର କରି ପାରି ଥାଆନ୍ତେ। ମାତ୍ର ସେପରି ନକରି ପାର୍କଟିକୁ ନିଶ୍ଚିହ୍ନ କରିଦେବାକୁ ସାଧାରଣ ରେ ନାପସନ୍ଦ କରାଯାଉଛି ଏବଂ ପାର୍କଟିର ପୂର୍ବାବସ୍ଥା ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Post Views: 17
Share199Tweet124Send
Voice of Victims

Voice of Victims

Recent Posts

  • ରୋଟାରୀ କ୍ଲବ କଟକ କ୍ୟାଣ୍ଟନମେଣ୍ଟର ବୃକ୍ଷରୋପଣ ଉତ୍ସବ
  • ପୁଣି ମହାରାଷ୍ଟ୍ରରେ ଭୂକମ୍ପ ଝଟକା, ତୀବ୍ରତା ୩.୫
  • ଲାଲକିଲ୍ଲାକୁ ବୋମା ଧମକ, ଦିଲ୍ଲୀରେ ଉତ୍ତେଜନା
  • ପାଠ୍ୟ ପୁସ୍ତକ ତ୍ରୁଟି; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
  • ଘୂର୍ଣ୍ଣିବଳୟ ପ୍ରଭାବରେ ବଢ଼ିବ ବର୍ଷା, ୫ ଦିନ ଯାଏ ୱାର୍ଣ୍ଣିଂ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In