• About Us
  • Contact Us
Wednesday, July 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

by Voice of Victims
July 14, 2026
in ଦେଶ ବିଦେଶ, ମୁଖ୍ୟ ଖବର
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

ନୂଆଦିଲ୍ଲୀ : ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତିକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ସମ୍ପର୍କରେ ଏକ ଚୂଡ଼ାନ୍ତ ଓ ସ୍ପଷ୍ଟ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସୁପ୍ରିମକୋର୍ଟ କହିଛନ୍ତି, ଯଦି ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ରାଜ୍ୟ ସରକାର ଏହି ପ୍ରକ୍ରିୟା ଶେଷ ନକରନ୍ତି, ତେବେ ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । କୋର୍ଟ ନିଜେ ଏହା ଉପରେ ପଦକ୍ଷେପ ନେବେ ।

ଦାରା ସିଂଙ୍କ ଓକିଲ ଏ.ପି. ସିଂ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ଗତ ଜୁଲାଇ ୬ ତାରିଖରେ ବସିଥିବା ଓଡ଼ିଶା ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ବୈଠକରେ ଦାରା ସିଂଙ୍କ ସମୟପୂର୍ବ ମୁକ୍ତି ପାଇଁ ସୁପାରିଶ କରାଯାଇଥିଲା ।କେନ୍ଦୁଝର ଜିଲ୍ଲା କର୍ତ୍ତୃପକ୍ଷଙ୍କ ସକାରାତ୍ମକ ରିପୋର୍ଟ ଆଧାରରେ ଜେଲ୍ ମହାନିର୍ଦ୍ଦେଶକ ଏହି ପ୍ରସ୍ତାବ ବୋର୍ଡ ନିକଟକୁ ପଠାଇଥିଲେ । ଯାହାକୁ ଏବେ ଆଇନଗତ ମଞ୍ଜୁରୀ ମିଳିବାକୁ ଯାଉଛି ।

୨୨ ଜାନୁଆରୀ ୧୯୯୯ ବିଳମ୍ବିତ ରାତିରେ ମନୋହରପୁରଠାରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ୍ ଓ ତିମୋଥିଙ୍କୁ ଗାଡ଼ି ଭିତରେ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜାନୁଆରୀ ୨୦୦୦ ମସିହାରେ ଗିରଫ କରାଯାଇଥିଲା । ସେହିଦିନଠାରୁ ସେ କେନ୍ଦୁଝର ଜିଲ୍ଲା ଜେଲ୍ ସମେତ ବିଭିନ୍ନ କାରାଗାରରେ ପ୍ରାୟ ୨୬ ବର୍ଷରୁ ଅଧିକ ସମୟ କାଟିସାରିଛନ୍ତି । ୨୦୦୩ ମସିହାରେ ଏକ ସ୍ପେଶାଲ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ହେଲେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ
  • ହମିଦ୍ ହତ୍ୟାକାଣ୍ଡରେ ପୋଲିସ ର ବଡ ସଫଳତା , ୬ ଅଭିଯୁକ୍ତ ଗିରଫ
  • ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଚଣ୍ଡିଖୋଲ ସ୍ଥିତ ଶ୍ରୀ ମହାବିନାୟକଙ୍କ ପରିଦର୍ଶନ
  • କେନ୍ଦୁପତ୍ର ତୋଳାଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବୃଦ୍ଧି
  • କରୋନାର କରାଳ ରୂପ: ୨ ଜଣଙ୍କ ମୃତ୍ୟୁ ପରେ ଓଡ଼ିଶାରେ ବଢ଼ିଲା ଟେନସନ୍, ସୀମାନ୍ତରେ ହାଇ ଆଲର୍ଟ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In