ଭୁବନେଶ୍ବର ରାଜମହଲ ଛକରେ ଥିବା ଶ୍ରୀଲେଦର୍ସ ସୋ’ ରୁମରେ ଅଗ୍ନିକାଣ୍ଡ। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ; ଆଜି ଭୋର ୫ଟା ବେଳେ ହଠାତ୍ ଧୂଆଁ ବାହାରିଥିଲା । ଅଗ୍ନିକାଣ୍ଡର ସନ୍ଦେହ ହେବା ପରେ ତୁରନ୍ତ ଫାୟାର ଷ୍ଟେସନକୁ ଖବର ଦିଆଯାଇଥିଲା ।
ସୂଚନା ପାଇ ଘଟଣାସ୍ଥଳରେ ଫାୟାର ଷ୍ଟେସନର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ନେଇ ଅଧିକ ତଦନ୍ତ ଜାରି ରହିଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କାହାର କିଛି ହୋଇନାହିଁ। ଅଗ୍ନିକାଣ୍ଡ କିପରି ଲାଗିଲା ସେନେଇ ତଦନ୍ତ ଚାଲିଛି।
