• About Us
  • Contact Us
Tuesday, July 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ଓ ସ୍ୱାଗତସଭା

by Voice of Victims
July 21, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ଓ ସ୍ୱାଗତସଭା

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ବିଦାୟକାଳୀନ ଓ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ନୂଆକରି ଯୋଗଦାନ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସାହୁ ସଭାପତିତ୍ୱ କରିଥିଲେ। ଉକ୍ତ ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଶରତ କୁମାର ମହାପାତ୍ର, ଶ୍ରୀ ନବକିଶୋର ମହାପାତ୍ର ଏବଂ ଶ୍ରୀ ପ୍ରସନ୍ନ କୁମାର ରଥ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ପରେପରେ ବରିଷ୍ଠ ଶିକ୍ଷକ ଶ୍ରୀ ଗୋପୀନାଥ ପ୍ରଧାନ ଯିଏକି ପଦୋନ୍ନତି ପୂର୍ବକ ପ୍ରଧାନଶିକ୍ଷକ ଭାବରେ ବାଉଁଶଗଡ ଉଚ୍ଚବିଦ୍ୟାଳୟକୁ ବଦଳି ହୋଇଥିଲେ ସେ ମହାଶୟଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ଏବଂ ଉପଢୌକନ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇ ଥିଲା।

ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବେହେରାଙ୍କୁ ମଧ୍ୟ ମାନପତ୍ର ଏବଂ ଉପଢୌକନ ଦେଇ ସ୍ଵତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଇଯାଇଥିଲା। ସମସ୍ତ ଅତିଥି ବୃନ୍ଦ ,ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ଉଭୟ ବିଦାୟୀ ଶିକ୍ଷକଙ୍କ କାର୍ଯ୍ୟକାଳର ସ୍ମୃତି ଚାରଣ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ପରିଚାଳନା କମିଟିର କାର୍ଯ୍ୟକାଳ ଜୁନ 30 ତାରିଖରେ ଶେଷ ହୋଇଯାଇଥିବାରୁ ସଦସ୍ୟମାନଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୀର୍ଘ ୪ବର୍ଷ ଧରି କମିଟିର ସଭାପତି ଭାବରେ ଶ୍ରୀ ଭବାନୀ ମହାପାତ୍ର ବିଦ୍ୟାଳୟର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ବିଦ୍ୟାଳୟର ଉନ୍ନତିରେ ସତତ ଯୋଗଦାନ ପାଇଁ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପ୍ରଶଂସା ପୂର୍ବକ ଉତ୍ତରୀୟ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସୁନ୍ଦରରାୟ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

Post Views: 87
Share212Tweet132Send
Voice of Victims

Voice of Victims

Recent Posts

  • ୟୁକ୍ରେନ୍‌ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ
  • ବାହୁଡ଼ା ଯାତ୍ରା ନେଇ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ, ଆଜି ଦକ୍ଷିଣମୋଡ଼ କରିବେ ତିନି ରଥ
  • ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
  • ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ପର୍ଶୁରାମାଷ୍ଟମୀ ବିଜେ ଯାତ୍ରା
  • ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ଓ ସ୍ୱାଗତସଭା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In