ଭୁବନେଶ୍ଵର: SIR ପ୍ରକ୍ରିୟାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରାଯାଉଛି।
ଏଥିମଧ୍ୟରୁ ୧୨ ଲକ୍ଷ ଭୋଟରଙ୍କ ମ୍ୟାପିଂ ହୋଇନଥିବା ବେଳେ ୪୬ ଲକ୍ଷ ଭୋଟରଙ୍କ କ୍ଷେତ୍ରରେ ବିଭିନ୍ନ ତ୍ରୁଟି ଚିହ୍ନଟ ହୋଇଥିବାରୁ ନୋଟିସ୍ ଦିଆଯାଇଛି। BLOଙ୍କ ମାଧ୍ୟମରେ ନୋଟିସ୍ ବଣ୍ଟନ କରାଯାଉଛି। ନୋଟିସ୍ ପାଇଥିବା ଭୋଟରମାନେ ନିଜ ପାଖରେ ଥିବା ଆବଶ୍ୟକ କାଗଜପତ୍ର BLOଙ୍କୁ ଦାଖଲ କରିପାରିବେ।
ଶ୍ରୀ ଗୋପାଳନ ସ୍ପଷ୍ଟ କରିଛନ୍ତି ଯେ, ନୋଟିସ୍ ପାଇବା ପରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। SIR ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ଶେଷ ହେବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସେହିପରି, ଜୁଲାଇ ୫ ତାରିଖରୁ ଆପତ୍ତି ଗ୍ରହଣ କରାଯାଉଥିବା ବେଳେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ।
