ଭୁବନେଶ୍ଵର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୪ ହଜାର ୫୫୭ କୋଟି ୮୭ ଲକ୍ଷ ଟଙ୍କାର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ଏ ସବୁ ପ୍ରକଳ୍ପ ଦ୍ୱାରା ୧୧ ଜିଲ୍ଲାରେ ୨୨ ହଜାର ୮ ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଇଟି, ସବୁଜ ଶକ୍ତି, ବ୍ୟାଟେରୀ, ବୟନ, ରାସାୟନ, ଖାଦ୍ୟ ପ୍ରକ୍ରିୟା କରଣ ଆଦି କ୍ଷେତ୍ର ସହ ଏ ସମସ୍ତ ପ୍ରକଳ୍ପ ଜଡ଼ିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଶିଳ୍ପ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଛି। ଏଥିପାଇଁ ରାଜ୍ୟରେ ଶିଳ୍ପ ଏବଂ ନିବେଶ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି।
