• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଶ୍ନପତ୍ର ପ୍ରଘଟ ବିରୋଧୀ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

by Voice of Victims
July 25, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପ୍ରଶ୍ନପତ୍ର ପ୍ରଘଟ ବିରୋଧୀ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ପେପର ଲିକ୍‌ ମାମଲାରେ ଏବେ ଆହୁରି କଠୋର ହେବ ଆଇନ। ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ ପବ୍ଲିକ୍ ଏକ୍‌ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ସଂଶୋଧିତ ନିୟମ ଅନୁଯାୟୀ, ପ୍ରଶ୍ନପତ୍ର ପ୍ରଘଟ କରିବା କିମ୍ବା ଏଭଳି ଅପରାଧରେ ସଂଗଠିତ ଭାବେ ସାମିଲ ଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସହ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବାର ପ୍ରାବଧାନ ଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏହି ବିଲ୍‌ ସଂସଦରେ ଆଗତ ହୋଇ ପାରିତ ହେବାର ସମ୍ଭାବନା ରହିଛି। ଏହାସହ ପେପର ଲିକ୍‌ ସମ୍ବନ୍ଧୀୟ ମାମଲାର ଶୀଘ୍ର ନିଷ୍ପତ୍ତି ପାଇଁ ଫାଷ୍ଟ-ଟ୍ରାକ୍‌ କୋର୍ଟ ବ୍ୟବସ୍ଥାକୁ ଆଇନଗତ ମାନ୍ୟତା ଦିଆଯିବ। କେନ୍ଦ୍ରମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହ ସୋମବାର ସଂସଦରେ ଏହି ବିଲ୍‌ ଉପସ୍ଥାପନ କରିବେ। ସରକାର କହିଛନ୍ତି, ଏହି ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା, ପ୍ରଶ୍ନପତ୍ର ପ୍ରଘଟ ନେଟୱର୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରି ପୁଣି ପରୀକ୍ଷାର୍ଥୀଙ୍କ ଭରସା ପୁଣି ଫେରାଇ ଆଣିବା।

୪୭ ଏନ୍‌ଟିଏ ଅଧିକାରୀ ବହିଷ୍କୃତ
ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ନିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାରେ ଏକ ବଡ଼ ଧରଣର ସୁଧାର ଓ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା କ୍ରମରେ ଏନଟିଏ ଏହାର ୪୭ ଜଣ ଅଧିକାରୀଙ୍କୁ ବହିଷ୍କାର କରିଛି। ପ୍ରଶ୍ନପତ୍ର ପ୍ରଘଟ ଅନିୟମିତତାରେ ସାମିଲ ଥିବା କେତେକ ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି।

ନିଟ୍‌-ୟୁଜି ଅନ୍ୟାନ୍ୟ ଜାତୀୟ ସ୍ତରର ପରୀକ୍ଷାଗୁଡ଼ିକରେ ହୋଇଥିବା ଅନିୟମିତତା ପରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଓ ସୁରକ୍ଷିତ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। କେବଳ ଚାକିରିରୁ ବାହାର କରିବା ଯଥେଷ୍ଟ ନୁହେଁ; ଯେଉଁ ଅଧିକାରୀମାନଙ୍କର ପ୍ରଶ୍ନପତ୍ର ଲିକ୍ କିମ୍ବା ପରୀକ୍ଷା ଦୁର୍ନୀତିରେ ସୀଧାସଳଖ ସଂପୃକ୍ତି ମିଳିବ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନଟିଏର ଭାବମୂର୍ତ୍ତି ସୁଧାରିବା ଓ ଦେଶର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ, ଅଭିଭାବକଙ୍କ ମନରେ ସରକାରୀ ପରୀକ୍ଷା ପ୍ରକ୍ରିୟା ପ୍ରତି ପୁନର୍ବାର ବିଶ୍ୱାସ ଫେରାଇ ଆଣିବା ପାଇଁ ସରକାର ଏହି ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି।

ପରୀକ୍ଷା ଅନିୟମିତତାକୁ ନେଇ ଦେଶରେ ଏବେ ଛାତ୍ର ଆନ୍ଦୋଳନ ସହିତ ଚାରିଆଡ଼ୁ ବୃଦ୍ଧି ପାଉଥିବା ଚାପ ମଧ୍ୟରେ ଏନଟିଏର ଏହି କଠୋର ପଦକ୍ଷେପ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ୍ବଚ୍ଛତା ଫେରାଇ ଆଣିବାର ବିଶ୍ବାସ ସୃଷ୍ଟି କରିଛି। ଅନ୍ୟପଟେ ୪୭ ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଏନଟିଏ ନୂଆ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ କରିଛି। ୟୁପଏସ୍‌ସିର ପ୍ରତିଭା ପୋର୍ଟାଲ ମାଧ୍ୟମରେ ୧୭ଟି ସାଧାରଣ ପରିଚାଳକ ପଦ ପାଇଁ ଯୁବ ପ୍ରତିଭାଙ୍କ ଠାରୁ ଆବେଦନ ଆହ୍ବାନ କରିଛି। ଏହା ସହିତ ବିଭିନ୍ନ ବିଷୟ ବିଶେଷଜ୍ଞ ଓ ଅନୁବାଦକ ପଦ ପାଇଁ ପ୍ୟାନେଲ ଗଠନ ଲାଗି ଆବେଦନ ଆହ୍ବାନ କରିଛନ୍ତି।

Post Views: 22
Share199Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In