• About Us
  • Contact Us
Saturday, August 1, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ

by Voice of Victims
August 1, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ

ରଣପୁର, ୦୧/୦୮ : ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ଲଷ୍ଟରର ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ ଓ ସଫଳତାକୁ ଶବ୍ଦ ଓ ଚିତ୍ର ମାଧ୍ୟମରେ ଲିପିବଦ୍ଧ କରିବା ଉଦ୍ଦେଶ୍ୟରେ ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲର ଶୁଭ ଲୋକାର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଅଶୋକ କୁମାର ଦାଶ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ ବିଶିଷ୍ଟ ଅତିଥି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇ ସ୍ୱତନ୍ତ୍ର ଅତିଥି, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଏବଂ କ୍ଲଷ୍ଟର ସି.ଆର.ଜି. ସୁକାନ୍ତ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

ଲୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ କହିଥିଲେ ଯେ, ବିଦ୍ୟାଳୟର ବିଭିନ୍ନ ସୃଜନଶୀଳ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଭାଷା ଓ ଗଣମାଧ୍ୟମ ମାଧ୍ୟମରେ ସମାଜ ଆଗରେ ଉପସ୍ଥାପନ କରିବାରେ ଏହି ଚାନେଲ ଏକ ଅଭିନବ ପଦକ୍ଷେପ। କୁନି ରିପୋର୍ଟର ଭାବେ କାର୍ଯ୍ୟ କରିବା ମାଧ୍ୟମରେ ଶିଶୁମାନଙ୍କର ଭାଷାଦକ୍ଷତା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶ ଘଟିବ। ଏହି ଅବସରରେ ଛାତ୍ରୀ ହରପ୍ରିୟା ରଣା କୁନି ସାମ୍ବାଦିକା ଏବଂ ସୋମ୍ୟ ରଞ୍ଜନ ରଣା କ୍ୟାମେରା ପର୍ସନ୍ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ।

ମୁଖ୍ୟ ଅତିଥି ବିଜୟ କୁମାର ତ୍ରିପାଠୀ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ଗ୍ୟାଲେରୀ ୱାକକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ସୃଜନଶୀଳ ଓ ପ୍ରଭାବଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ବ୍ଲକ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷାଗତ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାବିତ୍ ଅଶୋକ କୁମାର ଦାଶ ବିଦ୍ୟାଳୟର ସୁନ୍ଦର ପରିବେଶ ଓ ସାଜସଜ୍ଜାର ପ୍ରଶଂସା କରିବା ସହ ଶିକ୍ଷଣ ସାମଗ୍ରୀର ସଠିକ୍ ବ୍ୟବହାର ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଦକ୍ଷତା ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଥିଲେ।

ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN), ଶିକ୍ଷଣ ସୋପାନ ରେଜିଷ୍ଟର, ଯୋଡ଼ି କାର୍ଯ୍ୟ, ପାଠ୍ୟ ଯୋଜନା ଓ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହେବା ସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ପାଠ୍ୟ ଯୋଜନା ଉପସ୍ଥାପନ କରିଥିଲେ।

ଶିକ୍ଷୟିତ୍ରୀ ସରୋଜିନୀ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିକ୍ଷକ ଭ୍ରମରବର ତାଡ଼ ଶ୍ଳୋକ ପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଭାଗବତ ଜେନା, ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ବିଜୟ କୁମାର ଚମ୍ପତି, ରାଜ କିଶୋର ଦୋରା, ଶରତ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ଉର୍ମିଳା ଦେଇଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

ଶିକ୍ଷା କ୍ଷେତ୍ରରେ ନବସୃଜନ, ଡିଜିଟାଲ୍ ପଦକ୍ଷେପ ଓ ଶିଶୁମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଦିଗରେ ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ।

Post Views: 27
Share199Tweet124Send
Voice of Victims

Voice of Victims

Recent Posts

  • ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ : ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚାନେଲ
  • ପରିବେଶ ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘରର ଅଭିନବ ପଦକ୍ଷେପ : ରଣପୁରରେ ଶତାଧିକ ବୃକ୍ଷରୋପଣ
  • ‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା
  • ଧନୁଆ ନଦୀରେ ବଢ଼ୁଛି ବନ୍ୟାଜଳ, ତଳିଆ ଅଞ୍ଚଳରେ ଛନକା, ବନ୍ୟା ପାଇଁ ପ୍ରଶାସନ ସଜାଗ
  • ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ୧୦ ଗେଟ୍, ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In