• About Us
  • Contact Us
Thursday, August 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୁଣି ସକ୍ରିୟ ହେଲା ମୌସୁମୀ, ଆସନ୍ତା ଦୁଇ ଦିନ ଭୀଷଣ ବର୍ଷା

by Voice of Victims
August 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ, ମୁମ୍ବାଇରେ ସ୍କୁଲ-କଲେଜ ବନ୍ଦ

ଭୁବନେଶ୍ବର: ମୌସୁମୀ ସକ୍ରିୟତା ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବା ୭ ଦିନ ଯାଏ ଅନେକ ସ୍ଥାନରେ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ମାଲକାନଗିରି, କୋରାପୁଟ, ଗଂଜାମ ଗଜପତି,ରାୟଗଡା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର ଓ ସମ୍ବଲପୁର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ଅବଶିଷ୍ଟ ୧୯ ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆସନ୍ତାକାଲିଠୁ ବଢ଼ିବ ବର୍ଷାର ପରିମାଣ। ଆସନ୍ତାକାଲି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ମାଲକାନଗିରି , ରାୟଗଡା,ଗଜପତି, ଗଂଜାମ, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର,ନୂଆପଡା, ଭଦ୍ରକ, ବାଲେଶ୍ୱର ,ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡ ଏହି ୧୬ ଜିଲ୍ଲାରେ ପ୍ରବଳ ଵର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ଅନଗୁଳ ତାଳଚେରରେ ସର୍ବାଧିକ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ, ଆସନ୍ତା ଦୁଇ ଦିନ ଭୀଷଣ ବର୍ଷା । ସାରା ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ସମ୍ଭାବନା। ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଗୋଟିଏ ଜିଲ୍ଳା ଓ ଆସନ୍ତାକାଲି ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ପ୍ରାୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ଆଜି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଅନ୍ୟ ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ,ଗଜପତି, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷା ଆହୁରି ବିକ୍ଷିପ୍ତ ହେବ। ସବୁ ଜିଲ୍ଲା ୟେଲୋ ୱର୍ଣ୍ଣିଂ ଜୋନ୍ ଭିତରେ। ତେବେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୮ ତାରିଖରେ ମଧ୍ୟ ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Post Views: 87
Share199Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In