• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହସ୍ତତନ୍ତ ଦିବସରେ ପିଏମ୍ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ

by Voice of Victims
August 7, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ହସ୍ତତନ୍ତ ଦିବସରେ ପିଏମ୍ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ

ନୂଆଦିଲ୍ଲୀ: ଜାତୀୟ ହସ୍ତତନ୍ତ ଦିବସରେ ସ୍ଥାନୀୟ ବସ୍ତ୍ର ଏବଂ ପାରମ୍ପାରିକ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଦେଶକୁ ସମ୍ବୋଧିତ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସ୍ଥାନୀୟ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସେ ନାଗରିକମାନଙ୍କୁ “Get Ready With Me” (GRWM) ଭିଡିଓଗୁଡ଼ିକୁ ହ୍ୟାସଟ୍ୟାଗ୍ ସହିତ ସେୟାର କରିବାକୁ ଅନୁରୋଧ କରିଛନ୍ତି ।

ସେ ଏହାକୁ ପ୍ରୋତ୍ସାହିତ କରିବାକୁ Xପ୍ଲାଟଫର୍ମରେ ଲେଖିଛନ୍ତି ଯେ ୭ ଅଗଷ୍ଟ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଆସନ୍ତୁ ଭାରତର ହସ୍ତତନ୍ତ ବିବିଧତାକୁ ଲୋକପ୍ରିୟ କରିବା । GRWM ଭିଡିଓ ସମେତ ଆପଣଙ୍କର ପ୍ରିୟ ହସ୍ତତନ୍ତ ଉତ୍ପାଦର ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ । #NationalHandloomDay ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ବୟନ ମନ୍ତ୍ରଣାଳୟ ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ । ଯେଉଁଥିରେ ଭାରତର ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶନ କରାଯିବ ଏବଂ ଦେଶର ସାଂସ୍କୃତିକ ଏବଂ ଆର୍ଥିକ ବିକାଶରେ ହସ୍ତତନ୍ତ ବୟନ ସମ୍ପ୍ରଦାୟର ଅବଦାନକୁ ସ୍ୱୀକୃତି ଦିଆଯିବ।

ବୟନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ଏଥିସହ କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂହ, ବୟନ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିତା, ସଚିବ ନୀଲମ ଶାମି ରାଓ ଏବଂ ବିକାଶ କମିଶନର ଡକ୍ଟର ଏମ୍. ବୀଣା ମଧ୍ୟ ଏଥିରେ ସାମିଲ ରହିବେ ।

ଅନ୍ୟପଟେ ଏହି ସମାରୋହରେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ମୋଟ ୨୨ ଟି ପୁରସ୍କାର ପ୍ରଦାନ କରାଯିବ । ଯେଉଁଥିରେ ତିନୋଟି ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୧୯ ଟି ଜାତୀୟ ହସ୍ତତନ୍ତ ପୁରସ୍କାର ସାମିଲ ରହିଛି । ଏହି ପୁରସ୍କାର ହସ୍ତତନ୍ତ ବୁଣାକାରମାନଙ୍କୁ ସେମାନଙ୍କର କାରିଗରୀ, ନବସୃଜନ ଏବଂ ଭାରତର ହସ୍ତତନ୍ତ ପରମ୍ପରାର ସଂରକ୍ଷଣ ଅବଦାନ ପାଇଁ ପ୍ରଦାନ କରାଯିବ ।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା
  • ହସ୍ତତନ୍ତ ଦିବସରେ ପିଏମ୍ ମୋଦିଙ୍କ ଆହ୍ୱାନ, ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବାକୁ କଲେ ନିବେଦନ
  • ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ
  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In