• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ

by Voice of Victims
August 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ

ଭୁବନେଶ୍ୱର: ବିକଶିତ ଭାରତର ସ୍ୱପ୍ନ ସାକାର କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଓ ଯୁବଶକ୍ତିର ସମନ୍ୱିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ପ୍ରାକ୍ତନ ଉପ-ନିର୍ଦ୍ଦେଶକ (କୃଷି ସଂପ୍ରସାରଣ) ଡ଼କ୍ଟର ପୁରଞ୍ଜନ ଦାସ ମତ ରଖିଛନ୍ତି । ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ରେ ସୋମବାର ଆୟୋଜିତ “ଗ୍ଲୋବାଲ ଲେକ୍‌ଚର ସିରିଜ”ର ଏକ ବିଶେଷ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡକ୍ଟର ଦାସ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ।

ନିଜ ବକ୍ତବ୍ୟରେ ଡକ୍ଟର ଦାସ କହିଥିଲେ ଯେ କୃଷି କ୍ଷେତ୍ରର ଆଧୁନିକୀକରଣ, ଖାଦ୍ୟଶସ୍ୟ ଉତ୍ପାଦନରେ ଉନ୍ନତ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ, ରାଜ୍ୟର ବିପୁଳ ଖଣିଜ ସଂପଦର ସୁଚିନ୍ତିତ ସଦୁପଯୋଗ, ଅତ୍ୟାଧୁନିକ କୌଶଳର ବିକାଶ ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟାପକ ପ୍ରୟୋଗ ମାଧ୍ୟମରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଂଚିପାରିବ । ସେ ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନ, ନବସୃଜନ ଏବଂ ଉଦ୍ୟମିତା ପ୍ରତି ଆଗ୍ରହୀ ହେବା ସହ ସମାଜ ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଡକ୍ଟର ଦାସଙ୍କ ବକ୍ତବ୍ୟକୁ ଅତ୍ୟନ୍ତ ପ୍ରେରଣାଦାୟକ ଓ ସମୟୋପଯୋଗୀ ବୋଲି କହିଥିଲେ । ଏଭଳି ଗ୍ଲୋବାଲ ଲେକ୍‌ଚର ସିରିଜ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ନେତୃତ୍ୱ ନେବାର ଶକ୍ତି ଏବଂ ରାଷ୍ଟ୍ର ଗଠନର ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାସହ ଆଗାମୀ ଦିନରେ ମଧ୍ୟ ଏଭଳି ଜ୍ଞାନବର୍ଦ୍ଧକ ଆଲୋଚନା ଓ ବକ୍ତୃତାର ଆୟୋଜନ ଜାରି ରଖିବାକୁ ମତ ଦେଇ ଡକ୍ଟର ଦାସଙ୍କୁ ତାଙ୍କ ମୂଲ୍ୟବାନ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ ପ୍ରଫେସର ନନ୍ଦ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ସରୋଜ କୁମାର ମହାନ୍ତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଶୁଂମାନ ଜେନା, ରାଜୀବ କୁମାର ବେହେରା ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୋଆ ପକ୍ଷରୁ ଡକ୍ଟର ପୁରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଗବେଷକ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରୁ ଉପକୃତ ହୋଇଥିଲେ ।

Post Views: 7
Share196Tweet123Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In