• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

by Voice of Victims
August 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା, ବିକାଶ ଓ ସଂପ୍ରସାରଣ କାର୍ଯ୍ୟକ୍ରମକୁ ମିଳିତ ଭାବେ ଆଗେଇ ନେବା ଉଦ୍ଦେଶ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ କୋଲକାତାସ୍ଥିତ କୃଷିବନ୍ଧୁ କ୍ରପ୍ ସାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ (କେବିସି) ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ ସୋଆର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌) ଏବଂ କେବିସି ମଧ୍ୟରେ ଗବେଷଣା ଓ ଉତ୍ପାଦ ବିକାଶ କ୍ଷେତ୍ରରେ ଏକ ଦୀର୍ଘମିଆଦୀ ସହଯୋଗୀ ସଂପର୍କ ସ୍ଥାପନ କରାଯିବ । ସିଆଇବିଆର ପକ୍ଷରୁ ଜୈବ ସାର ସମେତ ବିଭିନ୍ନ ଜୈବ କୃଷି ଉତ୍ପାଦ ପ୍ରସ୍ତୁତ କରାଯାଉଛି ।

ଚୁକ୍ତି ଅନୁଯାୟୀ, କେବିସି ବିପଣନ ଓ ଗବେଷଣା ସହଯୋଗୀ ଭାବେ କାର୍ଯ୍ୟ କରିବ । ଏହା ଉତ୍ପାଦର ପ୍ରଚାର, ସଚେତନତା ସୃଷ୍ଟି, କୃଷକଙ୍କ ନିକଟରେ ପହଂଚିବା, କ୍ଷେତ୍ର ପ୍ରଦର୍ଶନୀ, ବିପଣନ ଏବଂ ବିତରଣ କାର୍ଯ୍ୟକ୍ରମକୁ ପରସ୍ପର ସହମତି ଭିତିରେ ପରିଚାଳନା କରିବ । ଏହି ବୁଝାମଣାପତ୍ର ଅନୁସାରେ ଉଭୟ ସଂସ୍ଥା ମିଳିତ ଭାବେ ବଜାର ବିସ୍ତାର, କୃଷକଙ୍କ ଦ୍ୱାରା ଜୈବ ପ୍ରଯୁକ୍ତିର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଏବଂ କ୍ଷେତ୍ରସ୍ତରୀୟ ପରୀକ୍ଷଣ ମାଧ୍ୟମରେ ଉତ୍ପାଦର କାର୍ଯ୍ୟଦକ୍ଷତା ସଂପର୍କିତ ବୈଜ୍ଞାନିକ ଓ ବାଣିଜ୍ୟିକ ତଥ୍ୟ ସଂଗ୍ରହ କରିବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେବିସିର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶୈବାଲ ମିତ୍ର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

କେବିସି ବର୍ତମାନ \’ରାଇସ୍ କାର୍ବନ ପ୍ରୋଜେକ୍ଟ\’ କାର୍ଯ୍ୟକାରୀ କରୁଛି, ଯାହା ଗତ ତିନି ବର୍ଷ ଧରି ପଶ୍ଚିମବଙ୍ଗ ଓ ଓଡ଼ିଶାର ୫,୭୫୦ ହେକ୍ଟର ଧାନ ଜମିରେ ଦୁଇଟି ଚାଷ ଋତୁକୁ ନେଇ ସଫଳତାର ସହ ଚାଲିଛି । ଜଳ ପରିଚାଳନା ପ୍ରଯୁକ୍ତି \’ଅଲ୍‌ଟରନେଟ୍ ୱେଟିଂ ଆଣ୍ଡ ଡ୍ରାଇଂ (ଏଡବ୍ଲ୍ୟୁଡି)\’ ବ୍ୟବହାର ମାଧ୍ୟମରେ ଜଳସେଚିତ ଧାନ ଚାଷରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରିବା ସହ ଫସଲ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ । ଓଡ଼ିଶାରେ ଏହି ପ୍ରକଳ୍ପ ୨,୫୦୦ ହେକ୍ଟର ଜମିରେ ୨,୨୦୯ ଜଣ କୃଷକଙ୍କୁ ଅନ୍ତର୍ଭୁକ୍ତ କରିଛି । ପରିବେଶ ଅନୁକୂଳ ଏହି ଚାଷ ପଦ୍ଧତିକୁ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରୁଥିବା ପ୍ରତ୍ୟେକ କୃଷକଙ୍କୁ ପ୍ରତି ଋତୁରେ ପ୍ରତି ହେକ୍ଟର ପିଛା ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଆସନ୍ତା ପାଂଚ ବର୍ଷ ମଧ୍ୟରେ ଓଡ଼ିଶାର ୮୦,୦୦୦ ହେକ୍ଟର ଜମିକୁ ଏହି ପ୍ରକଳ୍ପରେ ସାମିଲ କରିବାକୁ କେବିସି ଲକ୍ଷ୍ୟ ରଖିଛି ।

ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସିଆଇବିଆରର ନିର୍ଦ୍ଦେଶକ ପ୍ରଫେସର ଏଚ୍‌. ଏନ୍‌. ଥାଟୋଇ, ସେଂଟର ଫର୍ ବାୟୋଟେକ୍ନୋଲୋଜିର ପ୍ରଫେସର ଇ.ସୁବୁଦ୍ଧି, ସିଆଇବିଆର ସହକାରୀ ପ୍ରଫେସର ଡକ୍ଟର ମେଘା କବିରାଜ, ସୋଆର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In