• About Us
  • Contact Us
Saturday, August 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା

by Voice of Victims
August 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା

ଓଡଗାଁ(ଆଦର୍ଶ କୁମାର ପଟ୍ଟନାୟକ ) ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଦୀର୍ଘ ବର୍ଷ ହେଲା ବର୍ଷ ତମାମ ଲାଗି ରହିଥିବା ବିଦ୍ୟୁତ କାଟ ସମସ୍ୟା ଦୂର ହେବ | କାର୍ଯ୍ୟକ୍ଷମ ହେବ ନୂତନ 33 କେଭି ବିଦ୍ୟୁତ ଲାଇନ, ମିଳିଛି ସବୁଜ ସଂକେତ | ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ବାର ମାସରେ ତେର ପର୍ବ ନିମନ୍ତେ ଶ୍ରୀଜୀଉଙ୍କ ପୀଠ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଅନୁରୂପ ଭାବେ ଗର୍ବ ଅନୁଭବ କରନ୍ତି | ହେଲେ ସ୍ଥାନୀୟ ଅଂଚଳବାସୀଙ୍କ ସମେତ ଦୈନିକ ଏଠାକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁ ଓ ଅତିଥି ନିୟମିତ ବିଦ୍ୟୁତ କାଟ ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଏକ ଦେହ ସୁହା ସମସ୍ୟା ହୋଇଯାଇଥିଲା | ପ୍ରାୟ ସ୍ୱାଧୀନତା ପ୍ରାପ୍ତିର ପରବର୍ତୀ ସମୟରୁ ନୟାଗଡ଼ (ରାଜପାଟଣା )ରୁ ବଣ ଜଙ୍ଗଲ,ନଦୀ ନାଳ, ପାହାଡ଼ ପର୍ବତ ଓ ଚାଷ ଜମି ପୋଖରୀ ଦେଇ ଓଡଗାଁ ଓ ଶରଣକୁଳ ବିଦ୍ୟୁତ ଷ୍ଟ୍ରକଚରକୁ ସଂଯୋଗ କରାଯାଇଥିବା 33 କେଭି ଲାଇନ ବୈଷୟିକ, ପ୍ରାକୃତିକ, ମନୁଷ୍ୟକୃତ ତଥା ବେପରୁଆ ମନୋଭାବ ଯୋଗୁଁ ଏହି ଲାଇନରେ ଅହେତୁକ ଭାବେ ତୃଟି ଦେଖାଦେଇଥାଏ |

ଏହାଦ୍ୱାରା ଓଡଗାଁ, କୁରାଳ, ବାହାଡାଝୋଲା ଓ ଶରଣକୁଳ ଅଞ୍ଚଳର ପାଖାପାଖି 50 ହଜାର ଗ୍ରାହକଙ୍କ ଅଢେଇ ଲକ୍ଷ ପରିବାର ସଦସ୍ୟ ବିଦ୍ୟୁତ ବିନା ଆଉଟୁପାଉଟୁ ହୋଇଥାନ୍ତି | ହେଲେ ନୂତନ ଭାବେ ରାଜପାଟଣା ଠାରୁ ଓଡ଼ଗାଁକୁ ସଂଯୋଗ ହେବାକୁ ଥିବା ନୂତନ 33 କେଭି ଲାଇନ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ମିଳିଛି ସବୁଜ ସଂକେତ | ଅନ୍ୟପକ୍ଷେ ପୂର୍ବରୁ ସେସୁ ଓ ଏବର ଟିପିସିଓଡିଏଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନ ମନୋଭାବକୁ ଲୋକେ ମୁଖ୍ୟତଃ ଦାୟୀ କରିବା ସ୍ୱାଭାବିକ ଥିଲା | ଅନ୍ୟପକ୍ଷେ ବିଭାଗୀୟ ଦୈତ ଶାସନ ପ୍ରଣାଳୀ ଯୋଗୁଁ ଏହିପରି ଏକ ବିପଦପୂର୍ଣ୍ଣ ରାସ୍ତା ଦେଇ 30 କିମି ବ୍ୟାପୀ ଟଣା ଯାଇଥିବା 33 କେଭି ଲାଇନରେ ବର୍ଷସାରା ଦେଖା ଦେଉଥିବା ତୃଟିକୁ ଠାବ କରିବା, ଏଥିପାଇଁ ନିୟୋଜିତ ବୈଷୟିକ ଠିକା କର୍ମଚାରୀଙ୍କୁ ଏକାଠି କରିବା ସହିତ ତୃଟି ସଜାଡ଼ିବାକୁ ପ୍ରାୟ 10 ରୁ 20 ଘଣ୍ଟା ସମୟ ଲାଗିଥାଏ | ଏତିକି ବେଳକୁ ଆବାଳ ବୃଦ୍ଧ ବିଦ୍ୟୁତ ଲାଇନ ବିନା ଆଉଟୁ ପାଉଟୁ ହୋଇଥାନ୍ତି |

ଏଥିପ୍ରତି ସ୍ଥାନୀୟ ନିର୍ବାଚିତ ଓ ଅଣ ନିର୍ବାଚିତ ନେତା କିମ୍ବା ଅଧିକାରୀଙ୍କ ଆଦୌ ନିଘା ନଥିବା ବେଳେ କେତେକ ହାତ ଗଣତି ବୁଦ୍ଧିଜୀବୀ ଓ ବିଭାଗୀୟ ତଳିଆ ଅଧିକାରୀ ସମସ୍ୟାକୁ ହୃଦୟଙ୍ଗମ କରିବା ପରେ ସ୍ଥାନୀୟ ଗଣ ମାଧ୍ୟମରେ ଏନେଇ ତଥ୍ୟ ସମ୍ବଳିତ ରିପୋର୍ଟ ଲଗାତାର ପ୍ରକାଶ ପାଇବାରେ ଟିପିଟିସିଓଏଲର ନିଦ୍ରା ଭଙ୍ଗ ହୋଇଥିଲା | ଏବଂ ତୃଟି ମୁକ୍ତ ବିଦ୍ୟୁତ ସେବା ଯୋଗାଇବାକୁ ପ୍ରସ୍ତାବ ଅନୁସାରେ ରାଜପାଟଣା ଗ୍ରୀଡ଼ରୁ ମାଛିପଡା-ଗୋତିସାହି -ଶରଣକୂଳ ଓ ନନ୍ଦିଘୋର ଦେଇ 21 ନମ୍ବର ରାଜ୍ୟ ପଥ ପାର୍ଶ୍ୱରେ ଅତ୍ୟାଧୁନିକ ବୈଷୟିକ କାର୍ଯ୍ୟ ଶୈଳୀ ଅନୁସାରେ ନୂତନ ଭାବେ 33 କେଭି ଲାଇନକୁ ଓଡଗାଁ ସହିତ ସଂଯୋଗ ପାଇଁ ନୂତନ ଲାଇନ କାର୍ଯ୍ୟ ଆରମ୍ଭ କରାଯାଇଥିଲା | ହେଲେ କେତେକ ଗ୍ରାମ୍ୟ ବିବାଦ ଯୋଗୁଁ ଏହାକୁ କାର୍ଯ୍ୟକ୍ଷମ କରିବାରେ ବିଦ୍ୟୁତ ବିଭାଗ ନାକେଦମ ହୋଇଥିବା ବେଳେ ଏହାକୁ ପ୍ରାୟ ଦୁଇ ବର୍ଷ ଧରି କାର୍ଯ୍ୟକ୍ଷମ କରିବାରେ ସଫଳ ହୋଇନଥିଲା | ଏପରିସ୍ଥଳେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ବଡ ଖବର ଓ ସମାଲୋଚନାର ଉପଦେଷ୍ଟା ଆଦର୍ଶ କୁମାର ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ବିଭାଗୀୟ ଅଧିକାରୀ ପ୍ରତ୍ୟୁଷ ରଞ୍ଜନ ସାହୁଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ | ଏବଂ ଏ ସମସ୍ୟାକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ,ପୂର୍ବତନ ଏମପି ତଥା ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଏମପି ଡ଼.ସମ୍ବିତ କୁମାର ପାତ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମସ୍ୟାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ | ଅନୁରୂପ ଭାବେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶଙ୍କ ଆଗ୍ରହକ୍ରମେ ସମସ୍ତ ସୂଚନା ଦେଇଥିଲେ ଏବଂ ଏହାକୁ ଦାୟିତ୍ୱ ସମ୍ପନ୍ନ ଗଣ ମାଧ୍ୟମ ପ୍ରତିନିଧି ଭାବେ ଏନେଇ ଏକାଧିକ ଗଣ ମାଧ୍ୟମରେ ରିପୋର୍ଟ ପ୍ରକାଶ କରିଥିଲେ |

ଫଳତଃ ମାଛିପଡ଼ାରେ ଗ୍ରାମ ବିବାଦ ଯୋଗୁଁ ଅଟକି ରହିଥିବା 33 କେଭି ଲାଇନ ସଂଯୋଗ କାମ ସମ୍ପୂର୍ଣ୍ଣ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି | ଏପରିକି ବିଭାଗୀୟ ବୈଷୟିକ ଲାଇନ ନିରୀକ୍ଷଣ , ଲାଇନ ଉପରକୁ ଆସିଥିବା ଟ୍ରି କଟିଙ୍ଗ କାମ ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଫାଇନାଲ ଲାଇନ ଟେଷ୍ଟିଙ୍ଗ ପରେ ନୂତନ ଲାଇନକୁ ଚଳିତ ମାସ 15 ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବା ସମ୍ଭାବନା ରହିଛି ବୋଲି ଟପିସିଓଡିଲ ଅଧିକାରୀ ଇଂ ସାହୁଙ୍କୁ ପଚାରିବାରେ ଅନୌଉପଚାରିକ ଭାବେ ସୂଚନା ଦେଇଛନ୍ତି | ଜିଲ୍ଲାପାଳ ରଥ, ପୂର୍ବତନ ଏମପି ପ୍ରତ୍ୟୁଷା ସିଂ, ଏମପି ଡ଼. ପାତ୍ର, କଂଗ୍ରେସ ଜିଲ୍ଲା ସଭାପତି ଦାଶ ଓ ମୁଖ୍ୟତଃ ଗଣ ମାଧ୍ୟମ ପ୍ରତିନିଧିଙ୍କ ଭୂମିକାକୁ ସବୁ ସ୍ତରରେ ପ୍ରଂଶସା କରାଯାଇଛି | ଏପରିସ୍ଥଳେ ସ୍ଥାନୀୟ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀ ବିନୋଦ ମହାରଣା କହନ୍ତି ନୂତନ 33 କେଭି ଲାଇନ କାର୍ଯ୍ୟକ୍ଷମ ଅନେକାଂଶରେ ବିଦ୍ୟୁତ କାଟ ସମସ୍ୟାରୁ ଲୋକେ ମୁକୁଳିବା ସମ୍ଭାବନା ରହିଛି | ହେଲେ ଲୋକଙ୍କ ଆଶା ଓ ଭରଷା ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଲାଇନ ସଂଯୋଗ ପରେ ପରବର୍ତ୍ତି ପର୍ଯ୍ୟାୟରେ ଓଡଗାଁରେ ପ୍ରସ୍ତାବିତ 33 କେଭି ଗ୍ରୀଡ଼ ଷ୍ଟେସନ ପ୍ରତିଷ୍ଠା ପାଇଁ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ବାଞ୍ଚାନୀୟ |

Post Views: 56
Share198Tweet124Send
Voice of Victims

Voice of Victims

Recent Posts

  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍
  • ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଚିନ୍ତା: ଦୁଇଟି ବଡ଼ ଦାବି ରଖିଲେ ଟିଏମସି ବିଦ୍ରୋହୀ ଗୋଷ୍ଠୀ
  • ଆଜି ସବୁ ସ୍କୁଲ ବନ୍ଦ, ପ୍ରବଳ ବର୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
  • ଆସୁଛି ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In