• About Us
  • Contact Us
Saturday, August 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ

by Voice of Victims
August 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ

ପୁରୀ  :  ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ ।  ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ।  ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ ନୁହେଁ ।  ସୂର୍ଯ୍ୟପରାଗ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ପାକ ଛାଡ କିମ୍ବା ଦେବ ନୀତି ବନ୍ଦ ହେବ ନାହିଁ ।

ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ତଥା ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ।  ସେହିପରି ଅଗଷ୍ଟ ୨୮ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ପଡୁଛି ।  ଏହା ମଧ୍ୟ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ମାତ୍ର ୧୫ ଦିନ ବ୍ୟବଧାନରେ ଗୋଟିଏ ସୂର୍ଯ୍ୟପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶାସ୍ତ୍ର ,ଇତିହାସ ଆଧାରରେ ଏହା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।

୨୦୧୯ ମସିହାରେ ମଧ୍ୟ ଏଭଳି ୧୫ ଦିନ ବ୍ୟବଧାନରେ ଗୋଟିଏ ସୂର୍ଯ୍ୟପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା।ଫଳରେ ଯୁଦ୍ଧ,ମାରଣାସ୍ତ୍ର,କଳହ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ଶାସ୍ତ୍ର ଓ ଇତିହାସ ଆଧାରରେ ଏହା କହିଛନ୍ତି । ତେବେ ଆସନ୍ତା ୧୨ ତାରିଖରେ ସମଗ୍ର ବିଶ୍ବ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପାଇବେ ।

ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଅମାବାସ୍ୟା ରେ ପଡ଼ିବ ୨୦୨୬ ମସିହାର ଦ୍ୱିତୀୟ ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ।  ୧୨ ତାରିଖ ରାତି ଭାରତୀୟ ସମୟ ୯.୪ ମିନିଟ୍ ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ସକାଳ ୪.୨୫ ମିନିଟ୍ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ରହିବ ।  ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସି ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ଦେବ ।  ଫଳରେ ଉତ୍ତର ଆମେରିକା ,ଦକ୍ଷିଣ ଆମେରିକା,ୟୁରୋପର କିଛି ଅଂଶ ଯେଉଁ ଅଞ୍ଚଳରୁ ସମ୍ପୂର୍ଣ୍ଣ ପରାଗ ଦେଖାଯିବ, ସେଠାରେ ଦିନବେଳେ କିଛି ସମୟ ପାଇଁ ରାତି ଭଳି ଅନ୍ଧାର ହୋଇଯିବ ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଭାରତ କିମ୍ବା ଓଡ଼ିଶାରେ ହେବ ନାହିଁ ଦୃଶ୍ୟ
  • ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ଛାତ୍ରମାନଙ୍କୁ ଦେଲେ ଗୁରୁମନ୍ତ୍ର
  • ପ୍ରବଳ ବର୍ଷାରେ ବି ଥମିନି ଭକ୍ତିର ପଦଯାତ୍ରା, କାନ୍ଧରେ କାଉଡ଼ି, ହାତରେ ପାଣିଭାର—“ବୋଲବମ୍” ଧ୍ୱନିରେ ମୁଖର ରାସ୍ତା
  • ଓଡଗାଁ ଅଞ୍ଚଳ ଅଂଚଳବାସୀଙ୍କ ଦୂର ହେବ ବିଦ୍ୟୁତ କାଟ ସମସ୍ୟା : ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ନୟାଗଡ଼-ଓଡ଼ଗାଁ ନୂତନ 33 କେଭି ଲାଇନ,ଉପକୃତ ହେବେ ଓଡଗାଁ ଓ ଶରଣକୁଳର 50 ହଜାର ଉପଭୋକ୍ତା
  • ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍‌ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In