• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର

by Voice of Victims
August 10, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ଶେଷ ହେବ ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ । ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ରାଜସ୍ବ ମନ୍ତ୍ରୀ । ଧାନ ପଞ୍ଜୀକରଣରେ କୌଣସି ଅସୁବିଧା ନାହିଁ । ଗତ ବର୍ଷ ଯେଉଁ ମାନେ ଧାନ ବିକ୍ରି କରିଛନ୍ତି ସେମାନେ ଏଥର ମଧ୍ୟ ବିକ୍ରି କରି ପାରିବେ । ଲୋକସେବା ଭବନରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଗ୍ରିଷ୍ଟେକ ଆଇଡି ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର । ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟେକ ଆଇଡି । ଯେଉଁ ଚାଷୀ ସମବାୟକୁ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାରୀ ଅଧିକାରୀ। ଆଇଡି ଜେନେରେଟ ହେଲେ ଚାଷୀଙ୍କୁ ମିଳିବ ପରିଚୟ ପତ୍ର । ଆଧାରକାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟ ପତ୍ର।

ଏହି ପ୍ରକ୍ରିୟାରେ ଆହୁରି ଏକ ବଡ଼ ସୁବିଧା ରଖାଯାଇଛି । ବିଦେଶରେ ରହୁଥିବା ଚାଷୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ (VC) ମାଧ୍ୟମରେ ନିଜର ପଞ୍ଜିକରଣ କରିପାରିବେ ଏବଂ ଆଖି ସ୍କାନ (Eye Scan) ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଚାଷୀ ପଞ୍ଜିକରଣ ନେଇ କୌଣସି ସମସ୍ୟା ହେବ ନାହିଁ। ଯଦି ଆବଶ୍ୟକ ପଡ଼େ, ତେବେ ପଞ୍ଜିକରଣର ଅବଧି ବା ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ ଚାଷୀଙ୍କ ପାଖରେ ସରକାରୀ ଯୋଜନା ଓ ସାହାଯ୍ୟ ପହଞ୍ଚିବା ଅଧିକ ସହଜ ହେବ ।

ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ଏହି ଆଇଡି କାର୍ଡ କରାଯାଉଛି । ବିନା ଏଗ୍ରିଷ୍ଟେକରେ ବି ଚାଷୀ ଧାନ ବିକ୍ରୀ କରିପାରିବେ । ଭାଗ ଚାଷୀ ମାନେ ଜମି ମାଲିକଙ୍କ ପାଖରୁ ଅଣ୍ଡରଟେକିଙ୍ଗ ଆଣି ଏଗ୍ରିଷ୍ଟେକ ଆଇଡି କରିପାରିବେ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In