• About Us
  • Contact Us
Tuesday, August 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଲଗାଣ ବର୍ଷା, ୩ ଜିଲ୍ଲା ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

by Voice of Victims
August 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଲଗାଣ ବର୍ଷା, ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆଜି ମଙ୍ଗଳବାର, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକରେ ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ବନ୍ଦ ସମ୍ପର୍କରେ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁସାରେ, ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଯଦି କୌଣସି ସ୍କୁଲ ଅଞ୍ଚଳ ଜଳବନ୍ଦୀ ହୋଇଥାଏ କିମ୍ବା ରାସ୍ତା ବିଚ୍ଛିନ୍ନ ହେବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଯାତାୟାତରେ ସମସ୍ୟା ରହିଥାଏ, ତେବେ ସେହି ସ୍କୁଲଗୁଡ଼ିକୁ ବନ୍ଦ କରିବା ନେଇ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।

ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । କିଛି ଜିଲ୍ଲାକୁ ଅରେଞ୍ଜ ଓ ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ।

Post Views: 10
Share196Tweet123Send
Voice of Victims

Voice of Victims

Recent Posts

  • ହର୍ମୁଜ୍‌କୁ ନେଇ ତେଜିଲା ଟେନସନ୍‌, ଓମାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
  • ଅବପାତରେ ପରିଣତ ହେଲା ଲଘୁଚାପ, ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଶ୍ରୀମନ୍ଦିର ଉପରେ ଚଢ଼ିଗଲେ ଶ୍ରଦ୍ଧାଳୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
  • ଲଗାଣ ବର୍ଷା, ୩ ଜିଲ୍ଲା ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
  • ପତଞ୍ଜଳି ଯୋଗପୀଠ ପକ୍ଷରୁ ଜଳାଭିଷେକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In