• About Us
  • Contact Us
Wednesday, August 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଯଦୁପୁରରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

by Voice of Victims
August 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଯଦୁପୁରରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ଉତ୍ସାହ ଓ ଆନନ୍ଦର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦେଶପ୍ରେମ ଓ ଜାତୀୟତାବୋଧର ଭାବନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଯୁବକମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ସଂଘର କର୍ମକର୍ତ୍ତା ପ୍ରଭାତ କୁମାର ପ୍ରଧାନ, ନିରଞ୍ଜନ ମୁଖୀ, ମନୋଜ କୁମାର ପ୍ରଧାନ, ଗୋବିନ୍ଦ ନାୟକ, ପ୍ରମୋଦ କୁମାର ଛୋଟରାୟ, ସଞ୍ଜୟ ପ୍ରଧାନ, ଗୋପାଳ ନାୟକ ଓ ବନମାଳୀ ପ୍ରଧାନଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ଆୟୋଜିତ ହୋଇଥିଲା।

ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମ ସଭାପତିଙ୍କ ସହ ଯଦୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମିଶ୍ର, ଜୟ ମା ମଙ୍ଗଳା ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ, ନରସିଂହପୁର କ୍ଲଷ୍ଟରର ସିଆରସିସି ସୁଶୀଲ କୁମାର ରଣା, ଗୌରାଙ୍ଗପୁର କ୍ଲଷ୍ଟରର ସୁଧାକର ମିଶ୍ର, ଶିକ୍ଷକ ତାପସ ପ୍ରଧାନ ଓ ଶିକ୍ଷୟିତ୍ରୀ ପାର୍ବତୀ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱବୋଧର ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରି ଦେଶର ଉନ୍ନତିରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଥିଲେ। ଜୟ ମା ମଙ୍ଗଳା ଯୁବକ ସଂଘର ଏଭଳି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ବିକାଶ, ପ୍ରତିଯୋଗିତାମୂଳକ ମନୋଭାବ ଓ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ସହାୟକ ହୋଇଛି।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ବାଲିପାଟଣାରେ ବିଦ୍ୟୁତ୍ ବିଭାଗର ମନମାନୀ, ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ଅଞ୍ଚଳବାସୀ, ରକ୍ଷଣାବେକ୍ଷଣ ଆଳରେ ଦିନକୁ ୫-୮ ଘଣ୍ଟା ବିଦ୍ୟୁତ୍ କାଟ୍
  • ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବିଶେଷଜ୍ଞ ଦଳର ସମୀକ୍ଷା
  • ଯଦୁପୁରରେ ଜୟ ମା ମଙ୍ଗଳା ଯୁବକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
  • ବିଳମ୍ବନ ପ୍ରସଙ୍ଗରେ ୧୪ ବର୍ଷୀୟା ଛାତ୍ରୀଙ୍କ ଲିଖିତ ପୁସ୍ତକ ସୋଆ ପ୍ରତିଷ୍ଠାତା-ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚିତ
  • ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଡାକ୍ତର ବାନାମ୍ବର ରାୟଙ୍କୁ ‘ଅନରିଙ୍ଗ ଆୱାର ଗୁରୁ’ ସମ୍ମାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In