• About Us
  • Contact Us
Thursday, August 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାନସିକ ରୋଗ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍‌ ଇସିଟି ସେବା ଆରମ୍ଭ

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମାନସିକ ରୋଗ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ କ୍ୟାମ୍ପସ-୨ରେ ଅତ୍ୟାଧୁନିକ ମୋଡିଫାଏଡ୍‌ ଇସିଟି ସେବା ଆରମ୍ଭ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ ହସ୍ପିଟାଲ୍‌ କ୍ୟାମ୍ପସ-୨ ଫୁଲନଖରାରେ ମାନସିକ ରୋଗ ବିଭାଗ ପକ୍ଷରୁ ଅତ୍ୟାଧୁନିକ ମୋଡିଫାଏଡ୍‌ ଇଲେକ୍ଟ୍ରୋକନଭଲସିଭ୍‌ ଥେରାପି (ଇସିଟି) ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଉନ୍ନତ ମାନସିକ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ହୋଇପାରିବ । ହସ୍ପିଟାଲ୍‌ରେ ସ୍କିଜୋଫ୍ରେନିଆରେ ପୀଡ଼ିତ ଜଣେ ରୋଗୀଙ୍କ ଉପରେ ସଫଳତାର ସହ ପ୍ରଥମ ମୋଡିଫାଏଡ୍‌ ଇସିଟି ପ୍ରୟୋଗ କରାଯିବା ସହ ଏହି ନୂତନ ସେବା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ।

ଏହି ଅବସରରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର କହିଛନ୍ତି ଯେ, ତୀବ୍ର ମାନସିକ ବିଭ୍ରାଟରେ ଥିବା ରୋଗୀଙ୍କ ପାଇଁ ମୋଡିଫାଏଡ୍‌ ଇସିଟି ଏକ ଅତ୍ୟନ୍ତ ପ୍ରଭାବଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି । ପାରଂପରିକ ଇସିଟି ତୁଳନାରେ ମୋଡିଫାଏଡ୍‌ ଇସିଟି ସାଧାରଣ ନିଶ୍ଚେତନ ଓ ମାଂସପେଶୀ ଶିଥିଳକରଣ ମାଧ୍ୟମରେ କରାଯାଏ, ଯାହା ରୋଗୀଙ୍କ ସୁରକ୍ଷା ଓ ଆରାମକୁ ଅଧିକ ନିଶ୍ଚିତ କରିଥାଏ । ଏହି ସେବାର ସଫଳ ଆରମ୍ଭ ପାଇଁ ମାନସିକ ରୋଗ ଓ ନିଶ୍ଚେତନ ବିଭାଗର ଟିମ୍‌ର ସମନ୍ୱିତ ପ୍ରୟାସକୁ ଡାକ୍ତର ଶଙ୍କର ପ୍ରଶଂସା କରିଥିଲେ । ଏଥିସହ ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌-୨ର ଡିନ୍‌ ପ୍ରଫେସର (ଡାକ୍ତର) ସ୍ନିଗ୍ଧା ପ୍ରଭା ମିଶ୍ର ଓ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କାଙ୍କ ନିରନ୍ତର ସହଯୋଗ, ନେତୃତ୍ୱ ଓ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ମାନସିକ ରୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର (ଡାକ୍ତର)ଲଗ୍ନଜିତ୍‌ ଦାଶ କହିଥିଲେ ଯେ, ଏହି ୟୁନିଟ୍‌ ସଂପୂର୍ଣ୍ଣ ଭାବେ ସୁସଜ୍ଜିତ ହୋଇ କାର୍ଯ୍ୟକ୍ଷମ ହୋଇଛି । ଫଳରେ ଗୁରୁତର ମାନସିକ ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ଓ ତ୍ୱରିତ ଆରୋଗ୍ୟ ସୁବିଧା ପ୍ରଦାନ କରିବା ସମ୍ଭବ ବୋଲି ଡାକ୍ତର ଦାଶ କହିଥିଲେ ।

Post Views: 12
Share197Tweet123Send
Voice of Victims

Voice of Victims

Recent Posts

  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ
  • ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ
  • କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
  • ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ
  • ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In