• About Us
  • Contact Us
Thursday, August 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରରେ ଗୁରୁତର ନବଜାତ ଶିଶୁର ସଫଳ ଚିକିତ୍ସା

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରରେ ଗୁରୁତର ନବଜାତ ଶିଶୁର ସଫଳ ଚିକିତ୍ସା

ଭୁବନେଶ୍ୱର: ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ଡାକ୍ତରୀ ଟିମ୍‌ । ଗୁରୁତର ହୃତ୍‌ପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍‌, କାର୍ଡିଓଜେନିକ୍‌ ଶକ୍‌, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍‌ ଲିମ୍ଫୋହିଷ୍ଟିଓସାଇଟୋସିସ୍‌ (ଏଚ୍‌ଏଲ୍‌ଏଚ୍‌) ସହ ଜଡ଼ିତ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟାରେ ପୀଡ଼ିତ ଜଣେ ନବଜାତ ଶିଶୁକୁ ଚିକିତ୍ସା କରି ସୁସ୍ଥ କରିବାରେ ସମ୍ମମ୍‌ ଡାକ୍ତରମାନେ ସଫଳ ହୋଇଛନ୍ତି । ଜନ୍ମ ସମୟରେ ସଂପୂର୍ଣ୍ଣ ସୁସ୍ଥ ଦେଖାଯାଉଥିବା ଏହି ଶିଶୁ କନ୍ୟାଟି କ୍ଷେତ୍ରରେ ମାତ୍ର ୧୩ ଦିନରେ ଅତ୍ୟଧିକ କାନ୍ଦିବା, ଅସ୍ଥିରତା ଏବଂ ସ୍ତନପାନ ନ କରିପାରିବା ଭଳି ଲକ୍ଷଣ ଦେଖାଇଥିଲା । ତେଣୁ ତା’ର ଉନ୍ନତ ଚିକିତ୍ସା ପାଇଁ ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରକୁ ଅଣାଯାଇଥିଲା ।

ହସ୍ପିଟାଲରେ ଭର୍ତି ସମୟରେ ଶିଶୁଟି ଗୁରୁତର ହୃଦ୍‌ଜନିତ ସଙ୍କଟରେ ଥିବା ଜଣାପଡ଼ିଥିଲା । ପରବର୍ତୀ ସମୟରେ ତା’ର କାର୍ଡିଓଜେନିକ୍‌ ଶକ୍‌ ହେବାରୁ ଭେଂଟିଲେଟର ଏବଂ ହୃଦ୍‌କାର୍ଯ୍ୟକୁ ସମର୍ଥନ ଦେବା ପାଇଁ ଉନ୍ନତ ଧରଣର ଚିକିତ୍ସା ଆବଶ୍ୟକ ହୋଇଥିଲା । ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ହୃଦୟ ଉପରେ ଥିବା ଅତ୍ୟଧିକ ଚାପର ସ୍ପଷ୍ଟ ପ୍ରମାଣ ମିଳିଥିଲା । ହୃଦ୍‌ଜନିତ ଚାପର ଏକ ପ୍ରମୁଖ ସୂଚକ ଏନ୍‌ପି-ପ୍ରୋବିଏନ୍‌ପି ସ୍ତର ସାଧାରଣତଃ ପ୍ରାୟ ୧୨୫ ଥିବା ବେଳେ ୩୫,୦୦୦ରୁ ଅଧିକ ହୋଇଯାଇଥିଲା । ସେହିପରି ଗୁରୁତର ପ୍ରଦାହର ସୂଚକ ସିରମ୍‌ ଫେରିଟିନ୍‌ ସ୍ତର ସାଧାରଣତଃ ପ୍ରାୟ ୧୫୦ ଏନ୍‌ଜି/ଏମ୍‌ଏଲ୍‌ ଥିବା ବେଳେ ୧,୦୦,୦୦୦ ଏନ୍‌ଜି/ଏମ୍‌ଏଲ୍‌ ଅଧିକ ଦେଖାଦେଇଥିଲା ।

ଚିକିତ୍ସକମାନଙ୍କ ଅନୁସାରେ, ଏହା ଏକ “ବିରଳରୁ ବିରଳତମ” ନବଜାତ ମାମଲା, ଯେଉଁଥିରେ ଅଳ୍ପ ସମୟ ମଧ୍ୟରେ ଶିଶୁର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇଥିଲା । ଶିଶୁଟିକୁ ମେକାନିକାଲ୍‌ ଭେଂଟିଲେସନ୍‌, ହୃଦ୍‌କାର୍ଯ୍ୟ ସମର୍ଥନ ପାଇଁ ଔଷଧ, ମ୍ୟୋକାର୍ଡାଇଟିସ୍‌ର ଚିକିତ୍ସା ଏବଂ ଗୁରୁତର ପ୍ରଦାହଜନିତ ପ୍ରତିକ୍ରିୟାର ନିୟନ୍ତ୍ରଣ ଭଳି ବିଭିନ୍ନ ଚିକିତ୍ସା ଦିଆଯାଇଥିଲା । ବହୁବିଭାଗୀୟ ଚିକିତ୍ସା ଏବଂ ନିରନ୍ତର ନିରୀକ୍ଷଣ ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ଆସିଥିଲା । ଏହା ପରେ ଧୀରେ ଧୀରେ ଶିଶୁଟି ସୁସ୍ଥ ହେବା ପରେ ଭେଂଟିଲେଟରରୁ ବାହାର କରାଯାଇଥିଲା ଏବଂ ଧୀରେ ଧୀରେ ସେ ମୁଖ୍ୟ ଖାଦ୍ୟ ଗ୍ରହଣ କରିବାକୁ ସକ୍ଷମ ହୋଇଥିଲା । ବର୍ତମାନ ଶିଶୁଟି କୌଣସି ସହାୟତା ବିନା ସ୍ୱାଭାବିକ ଭାବେ ଶ୍ୱାସପ୍ରଶ୍ୱାସ ଗ୍ରହଣ କରୁଛି ଏବଂ ତା’ର ସ୍ୱାସ୍ଥ୍ୟ ସ୍ଥିର ରହିଛି ।

ଏହି ମାମଲାକୁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ଶିଶୁରୋଗ ଓ ନବଜାତ ଶିଶୁରୋଗ ବିଭାଗର ସିନିୟର କନ୍‌ସଂଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି ଯେ ଶିଶୁଟି ପ୍ରାରମ୍ଭରେ ସୁସ୍ଥ ଦେଖାଯାଉଥିଲା । କିନ୍ତୁ ଜନ୍ମର ଦୁଇ ସପ୍ତାହ ମଧ୍ୟରେ ତା’ର ହୃଦ୍‌କାର୍ଯ୍ୟ ଗୁରୁତର ଭାବେ ବିଫଳ ହେବା ସହ ଶକ୍‌, ଯକୃତର କ୍ଷତି ଏବଂ ଅତ୍ୟଧିକ ପ୍ରଦାହଜନିତ ପ୍ରତିକ୍ରିୟା ଦେଖାଦେଇଥିଲା । “ସମୟୋଚିତ ଭାବେ ରୋଗ ଚିହ୍ନଟ, ତୁରନ୍ତ ଆକ୍ରମଣାତ୍ମକ ସହାୟକ ଚିକିତ୍ସା ଏବଂ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଏହି ଶିଶୁର ଜୀବନ ରକ୍ଷାରେ ମୁଖ୍ୟ ଭୂମିକା ନେଇଥିଲା । ବର୍ତମାନ ଶିଶୁଟି ସ୍ଥିର ରହିବା, ଭଲ ଭାବେ ଖାଦ୍ୟ ଗ୍ରହଣ କରିବା ଏବଂ ଓଜନ ବଢ଼ାଇବା ଅତ୍ୟନ୍ତ ଉତ୍ସାହଜନକ,” ବୋଲି ସେ କହିଛନ୍ତି ।

ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି, “ଏହି ମାମଲା ଉନ୍ନତ ନବଜାତ ଶିଶୁ ଗୁରୁତର ଚିକିତ୍ସା, ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ସମନ୍ୱିତ ଟିମ୍‌ୱର୍କର ଗୁରୁତ୍ୱକୁ ପ୍ରମାଣିତ କରିଛି । ଏକ ଗୁରୁତର ଅସୁସ୍ଥ ନବଜାତ ଶିଶୁର ଏକାସାଙ୍ଗରେ ହୃଦୟ, ଯକୃତ ଏବଂ ପ୍ରତିରୋଧକ ପ୍ରଣାଳୀ ପ୍ରଭାବିତ ହେଲେ ବିଭିନ୍ନ ବିଶେଷଜ୍ଞତାର ସମନ୍ୱିତ ଦକ୍ଷତା ଆବଶ୍ୟକ ହୋଇଥାଏ । ଶିଶୁଟି ସୁସ୍ଥ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହାର ଚିକିତ୍ସାରେ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରିଥିବା ଟିମ୍‌ ପାଇଁ ଗର୍ବିତ ।” ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କହିଛନ୍ତି, “ଏଭଳି ମାମଲା ଏକ ଛାତ ତଳେ ଉନ୍ନତ ଚିକିତ୍ସା ସୁବିଧା ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ସମନ୍ୱିତ କାର୍ଯ୍ୟର ଗୁରୁତ୍ୱକୁ ପ୍ରତିପାଦିତ କରେ । ଗୁରୁତର ଅବସ୍ଥାରେ ଥିବା ଏହି ନବଜାତ ଶିଶୁର ସଫଳ ଚିକିତ୍ସା ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉଚ୍ଚମାନର ଚିକିତ୍ସା ପ୍ରଦାନ ପ୍ରତି ପ୍ରତିବଦ୍ଧତାର ପ୍ରତିଫଳନ । ବିଶେଷକରି ଯେଉଁ ପରିସ୍ଥିତିରେ ପ୍ରତ୍ୟେକ ମୁହୂର୍ତ ଗୁରୁତ୍ୱପୂର୍ଣ୍ଣ, ସେଠାରେ ଏଭଳି ସମନ୍ୱିତ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ।”

ଏହି ସଫଳ ଚିକିତ୍ସା ସମ୍‌ ଅଲ୍‌ଟିମେଟ୍‌ ମେଡିକେୟାରର ନିଓନାଟାଲ୍‌ ଓ କ୍ରିଟିକାଲ୍‌ କେୟାର ସେବାର ଦକ୍ଷତାକୁ ପ୍ରତିପାଦିତ କରିଛି । ଉନ୍ନତ ମନିଟରିଂ, ବିଭିନ୍ନ ଅଙ୍ଗକୁ ସହାୟତା ଏବଂ ବହୁବିଭାଗୀୟ ଚିକିତ୍ସା ଆବଶ୍ୟକ କରୁଥିବା ଜଟିଳ ସମସ୍ୟାର ସଫଳ ପରିଚାଳନାରେ ହସ୍ପିଟାଲର କ୍ଷମତା ଏହି ଘଟଣା ମାଧ୍ୟମରେ ପ୍ରମାଣିତ ହୋଇଛି ।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ
  • ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ
  • କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
  • ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ
  • ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In