• About Us
  • Contact Us
Wednesday, August 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ ଗ୍ରାମୀଣ ତୃଣମୂଳସ୍ତରୀୟ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌) ପକ୍ଷରୁ ରାଷ୍ଟ୍ରୀୟ କୃଷି ଶିକ୍ଷା ନୀତିର ଅଂଶ ଭାବେ ଚାଲିଥିବା ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ -୨୦୨୬ ସଫଳତାର ସହ ସଂପନ୍ନ ହୋଇଛି ।
ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନର ଛାତ୍ରଛାତ୍ରୀମାନେ ଜୁନ୍‌ ୨୯ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୩ଟି ବ୍ଲକ୍‌ ଅଧୀନସ୍ଥ ୧୧ଟି ଗ୍ରାମରେ ସକ୍ରିୟ ଭାବେ ଯୋଗ ଦେଇ ଗ୍ରାମୀଣ କୃଷି, ଜୀବିକା, ସାମାଜିକ ଓ ଆର୍ଥିର୍କ ପରିସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିଥିଲେ । ଅଧ୍ୟାପକ କମିଟିଙ୍କ ମାର୍ଗଦର୍ଶନ ଓ ନିରନ୍ତର ତଦାରଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଗ୍ରାମବାସୀ, କୃଷକ ଓ ବିଭିନ୍ନ ହିତଧାରୀଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ଗ୍ରାମର ପ୍ରକୃତ ସମସ୍ୟା, ସମ୍ଭାବନା ଓ ଆବଶ୍ୟକତା ଚିହ୍ନଟ କରିଥିଲେ ।

କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ଛାତ୍ରଛାତ୍ରୀମାନେ କୃଷି-ପରିବେଶ ତନ୍ତ୍ର ବିଶ୍ଳେଷଣ ମାଧ୍ୟମରେ ସଂପୃକ୍ତ ଗ୍ରାମର କୃଷି ଓ ଜୀବିକା ପରିସ୍ଥିତିର ବିଶ୍ଳେଷଣ କରିଥିଲେ । ଜମି ବ୍ୟବହାର, ଫସଲ ପ୍ରଣାଳୀ, କୃଷି ପ୍ରଯୁକ୍ତିର ବ୍ୟବହାର, ଜଳସେଚନ, ମୃତିକା ସ୍ୱାସ୍ଥ୍ୟ, ଉଦ୍ଭିଦ ସୁରକ୍ଷା, ପଶୁପାଳନ, ଉଦ୍ୟାନ କୃଷି, ବଜାର ବ୍ୟବସ୍ଥା, ଆୟ ଓ ଜୀବିକାର ବିଭିନ୍ନ ଦିଗକୁ ଏହି ଅନୁଧ୍ୟାନରେ ସାମିଲ କରାଯାଇଥିଲା । ଏହାକୁ ଆଧାର କରି ଛାତ୍ରଛାତ୍ରୀମାନେ କୃଷି ବିଷୟ ଅନୁଯାୟୀ ହସ୍ତକ୍ଷେପ ଚିହ୍ନଟ କରି ପ୍ରତ୍ୟେକ ଗ୍ରାମ ପାଇଁ ଗ୍ରାମ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ । ଗ୍ରାମର ଆବଶ୍ୟକତା, କୃଷକଙ୍କ ସମସ୍ୟା ଓ ସ୍ଥାନୀୟ ସଂପଦକୁ ଆଧାର କରି ପ୍ରସ୍ତୁତ ଏହି କାର୍ଯ୍ୟ ଯୋଜନା ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ-ଗ୍ରାମ ସଂଯୋଗକୁ ଅଧିକ ସୁଦୃଢ଼ କରିବାରେ ଏକ ଉପଯୋଗୀ ଦଲିଲ ଭାବେ କାର୍ଯ୍ୟ କରିବ । କାର୍ଯ୍ୟକ୍ରମରେ ଗ୍ରାମବାସୀ ଓ କୃଷକଙ୍କ ଚାହିଦା ଏବଂ ସ୍ଥାନୀୟ ସମସ୍ୟାକୁ ଆଧାର କରି ୩୨ଟି ପ୍ରଦର୍ଶନୀଭିତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷକଙ୍କ ଆବଶ୍ୟକତା ଓ ସ୍ଥାନୀୟ କୃଷି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଆୟବୃଦ୍ଧିକାରୀ, ଖର୍ଚ୍ଚ ହ୍ରାସକାରୀ ଏବଂ ପରିବେଶ ଅନୁକୂଳ କୃଷି ପ୍ରଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା

ଏହି ପ୍ରଶିକ୍ଷଣଗୁଡ଼ିକରେ ଛାତ୍ରଛାତ୍ରୀମାନେ କେବଳ ଅଂଶଗ୍ରହଣକାରୀ ନୁହେଁ, ବରଂ ବିଷୟଭିତିକ ଯୁବ କୃଷି ବିଶେଷଜ୍ଞ ଭାବେ ନିଜ ଭୂମିକା ନିର୍ବାହ କରିଥିଲେ । ପ୍ରଦର୍ଶନୀ ମାଧ୍ୟମରେ କୃଷକଙ୍କୁ ପ୍ରଯୁକ୍ତିର ବ୍ୟବହାରିକ ଦିଗ ବୁଝାଇବା ସହିତ ପ୍ରଶ୍ନୋତର ଓ ଆଲୋଚନା ମାଧ୍ୟମରେ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା । କୃଷି କ୍ଷେତ୍ରରେ ବଢ଼ୁଥିବା ଉତ୍ପାଦନ ବ୍ୟୟ, ଜଳବାୟୁ ପରିବର୍ତନ, ମୃତିକା ସ୍ୱାସ୍ଥ୍ୟର ଅବନତି, ଜଳ ସଙ୍କଟ ଓ କୀଟରୋଗର ବୃଦ୍ଧି ଭଳି ବିଭିନ୍ନ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ୧୬ଟି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ସ୍ଥାନୀୟ ଆବଶ୍ୟକତା ଓ ସମସ୍ୟା ଆଧାରରେ ବିଷୟ ଚୟନ କରାଯାଇଥିବାରୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମବାସୀଙ୍କ ପାଇଁ ଅଧିକ ପ୍ରାସଙ୍ଗିକ ଓ ଉପଯୋଗୀ ହୋଇଥିଲା ।

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀଙ୍କ ଉତ୍ସାହ, ପ୍ରତିବଦ୍ଧତା ଓ ମାଟିସ୍ତରରେ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କୃଷି ଶିକ୍ଷାର ମୂଳ ଉଦ୍ଦେଶ୍ୟ କେବଳ ଶ୍ରେଣୀଗୃହ ଶିକ୍ଷା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କୁ କୃଷକ ଓ ଗ୍ରାମୀଣ ସମାଜ ସହ ଯୋଡ଼ି ସେମାନଙ୍କ ଜ୍ଞାନକୁ ପ୍ରୟୋଗ କରିବାର ସୁଯୋଗ ଦେବା ବୋଲି ସେ ମତ ପ୍ରକାଶ କରିଥିଲେ । ଏଭଳି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ଓ ଗ୍ରାମ ସମାଜ ମଧ୍ୟରେ ସଂପର୍କକୁ ଅଧିକ ଦୃଢ଼ କରିବା ସହିତ କୃଷକମାନଙ୍କ ପାଖରେ ବୈଜ୍ଞାନିକ କୃଷି ଜ୍ଞାନ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ଅବସରରେ ସୋଆ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ଗ୍ରାମୀଣ ପରିବେଶରେ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଅନୁଭବ ସେମାନଙ୍କ ଶିକ୍ଷାକୁ ଅଧିକ ପ୍ରାସଙ୍ଗିକ କରିଥାଏ । ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷକଙ୍କ ସମସ୍ୟା ବୁଝିବା, ସମସ୍ୟା ବିଶ୍ଳେଷଣ କରିବା, ସମାଧାନ ପ୍ରସ୍ତୁତ କରିବା ଏବଂ ନିଜ ଜ୍ଞାନକୁ ସମାଜ ପାଇଁ ପ୍ରୟୋଗ କରିବାର କ୍ଷମତା ବିକଶିତ କରିଛି । କୃଷି ସଂପ୍ରସାରଣ ବିଭାଗ ମୁଖ୍ୟ ପ୍ରଫେସର ବିବୁଧ ପରାଶର କହିଥିଲେ ଯେ କୃଷି ବିସ୍ତାର ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଜ୍ଞାନର ସୃଷ୍ଟି ଓ ପ୍ରସାରକୁ ଗ୍ରାମୀଣ ସମାଜର ଆବଶ୍ୟକତା ସହ ଯୋଡ଼ିବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ କୃଷକଙ୍କ ସହ ଦ୍ୱିମୁଖୀ ଜ୍ଞାନ ବିନିମୟର ସୁଯୋଗ ପାଇଛନ୍ତି ।

ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି କାର୍ଯ୍ୟକ୍ରମ (ରାୱେ) ଅଧକ୍ଷ ଡ଼. ଅଂଶୁମାନ ଜେନା କହିଥିଲେ ଯେ, ଏହା ଛାତ୍ରଛାତ୍ରୀଙ୍କୁ “ଶ୍ରେଣୀଗୃହରୁ ସମାଜକୁ” ଏବଂ “ଜ୍ଞାନରୁ ପ୍ରୟୋଗକୁ”ଯାତ୍ରାର ଅନୁଭବ ପ୍ରଦାନ କରିଛି । ୧୧ଟି ଗ୍ରାମର ବାସ୍ତବ କୃଷି ଓ ଜୀବିକା ପରିସ୍ଥିତିର ଅନୁଧ୍ୟାନ, କାର୍ଯ୍ୟ ଯୋଜନା ପ୍ରସ୍ତୁତି, ପ୍ରଦର୍ଶନୀଭିତିକ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜକୁ ଭବିଷ୍ୟତର କୃଷି ପେଶାଦାର ଓ କୃଷି ସଂପ୍ରସାରଣ ବିଶେଷଜ୍ଞ ଭାବେ ପ୍ରସ୍ତୁତ କରିପାରିଛନ୍ତି ।

Post Views: 9
Share196Tweet123Send
Voice of Victims

Voice of Victims

Recent Posts

  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ
  • ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ
  • କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
  • ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ
  • ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In