• About Us
  • Contact Us
Wednesday, August 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ

by Voice of Victims
August 26, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୪୬ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।
ପନ୍ଦରଟି ବିଭିନ୍ନ ଦେଶରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ବି.ଟେକ୍‌, ଏମ.ଟେକ୍‌, ବି.ଫାର୍ମ, ବି.ଏସ.ସି (କୃଷି), ବିବିଏ, ମାଷ୍ଟର ଇନ୍‌ ହସ୍ପିଟାଲ ଆଡମିନିଷ୍ଟ୍ରେସନ ଓ ବି.ଏସ.ସି (ଅପଟୋମେଟ୍ରି) ପାଠ୍ୟକ୍ରମର ଅନ୍ତଭୁର୍କ୍ତ ଥିଲେ । ଏହି କାର୍ଯ୍ୟକ୍ରମରେ ଇଟଂରନ୍ୟାସନାଲ ଟ୍ରିବ୍ୟୁନାଲ ଫର ଦ ଲ ଅଫ ଦ ସି, ହାମବର୍ଗର ବିଚାରପତି ପ୍ରଫେସର ମରିସ କାମଗା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ସଫଳତା ନିମନ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ନିଜ ଦେଶ କ୍ୟାମେରୁନ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସଫଳତା ଲାଭ କରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସୋଆ ସହିତ କ୍ୟାମେରୁନ୍‌ର ହାନସିଆଟିକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜି ଆଣ୍ଡ ଆପ୍ଳାଇଡ୍‌ ସାଇନସେସର ଉଚ୍ଚ ଶିକ୍ଷାରେ ସହଯୋଗ ନିମନ୍ତେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସେ ପ୍ରକାଶ କରିଥିଲେ ।

ପ୍ରଫେସର କାମଗାଙ୍କ ପତ୍ନୀ ଶ୍ରୀମତି ଜିନି କାମଗା ଯିଏ କି ଦ ହେଗ ସ୍ଥିତ ଇଟଂରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ରେ କାର୍ଯ୍ୟରତ ସେ ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେ କହିଥିଲେ ଯେ ଏହି ଛାତ୍ରଛାତ୍ରୀମାନେ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‍୍ୟାଙ୍କିଙ୍ଗ ଫ୍ରେକ୍‌ୱାକ୍‌ (ଏନଆଇଆରଏଫ୍‌) ର‍୍ୟାଙ୍କିଙ୍ଗ୍‌ ଅନୁଯାୟୀ ଭାରତର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ଗର୍ବିତ ହେବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ ପ୍ରଫେସର (ଡ) ନୀତା ମହାନ୍ତି, କଂଟ୍ରୋଲର ଅଫ୍‌ ଏଗଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ୟୁନିଭର୍ସିଟି ଆଉଟ୍‌ରିଚ ପ୍ରୋଗ୍ରାମ ଓ ଇଂଟରନ୍ୟାସନାଲ ରିଲେନ୍ସ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ ।

Post Views: 8
Share196Tweet123Send
Voice of Victims

Voice of Victims

Recent Posts

  • ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନରଣପୁର ଅଞ୍ଚଳରେ ଶୋକର ଛାୟା; ଭେରୁପଡ଼ା ଛକ ନିକଟରେ ଡିସ୍କଭର ଧକ୍କାରେ ଗୁରୁତର ଆହତ ହୋଇଥିଲେ
  • ରକ୍ଷା ବନ୍ଧନର ଅଵ୍ୟବାହିତ ପୂର୍ବରୁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପୁରୀର କିଶୋରୀ ବାଳିକା ମାନେ
  • କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
  • ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସୋଆରେ ସ୍ୱତନ୍ତ୍ର ଗ୍ରାଜୁଏସନ୍‌ ସମାରୋହ
  • ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ: ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In